ବାଲେଶ୍ଵର , ୨୨/୦୯ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବସ୍ତା ଲାୟନ୍ସ କ୍ଲବ ପକ୍ଷରୁ ବସ୍ତା ଜଳକା ନଦୀର ବନ୍ୟା ପ୍ରପୀଡିତ ଅସହାୟ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ବନ୍ୟା ପ୍ରପୀଡିତ ପେଗରପଡା, ପଥୁରିଆ, ଦୁଧହଂସା ଆଦି ଗ୍ରାମର ୯୦ ଲୋକଙ୍କ ମଧ୍ୟରେ ମଶାରୀ, ଅଟା ଚୁଡ଼ା, ଦିଆସିଲି, ମହମବତୀ, ରିଫାଇନ ତେଲ, ସାବୁନ, ଡେଟଲ ମଶା ଧୂପ, ରାସନ ସମାଗ୍ରୀ ଆଦି ବଣ୍ଟନ କରାଯାଇ ଅଛି। ଉକ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ସଭାପତି ସତ୍ୟନାରାୟଣ ମହାପାତ୍ର, ସମ୍ପାଦକ ବସନ୍ତ ବେହେରା, ସାମାଜିକ କର୍ମୀ ସୁମନ୍ତ କୁମାର ଜେନା,ସତ୍ୟନାରାୟଣ କର୍ଣ୍ଣ|ନି, ସତ୍ୟନାରା ୟଣ ଗୁପ୍ତା, ବିଜଯ ପରିଡା, କିଶୋର ସାହୁ, ଅସିତ, ମହାନ୍ତି, ସୁଶୀଲ କର୍ଣ୍ଣ|ନି, ମନୋଜ କର୍ଣ୍ଣ|ନି, ରାଜୀବ ଗୁପ୍ତା, ବୈଦ୍ୟନାଥ ପାତ୍ର, କିଶୋର ଦାସ ପ୍ରମୁଖ ପରିଚାଳନା କରିଥିଲେ। ଲାୟନ୍ସ କ୍ଲବର ଏଭଳି ଉଦ୍ୟମ ସାଧାରଣ ଜନମାନସରେ ପ୍ରଶଂସିତ ହେବା ସହ ଅନ୍ୟକୁ ପ୍ରେରଣା ମଧ୍ୟ ଯୋଗାଇଛି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
