କଳାହାଣ୍ଡି, ୧୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ଅଧିନସ୍ଥ ଅଗମ୍ୟ କୁଟିଆ କନ୍ଧଙ୍କ ଗାଁ ଫୁଲଡୁମେର । ଏହି ଗାଁର ବାପା ମାଆ ନଥୁବା ତିନି ନିଷ୍ପାପ ଶିଶୁ ଅସହାୟ ଅବସ୍ଥାରେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଆଜି ଶନିବାର ଲାଞ୍ଜିଗଡ ସମିତି ଅଧ୍ୟକ୍ଷା କମଳା ପାତ୍ର ତିନି ଅସହାୟ ନିଷ୍ପାପ ଶିଶୁଙ୍କୁ ସହାୟତାର ହାତ ବଢେଇଛନ୍ତି । ସୂଚନା ଅନୁସାରେ ଫୁଲଡୁମେର ଗ୍ରାମର ସୁନ୍ଦରା ମାଝୀଙ୍କ ମୃତ୍ୟୁ ମୃତ୍ୟୁ ପରେ ତାଙ୍କ ପତ୍ନୀ ତେଲଜୀ ମାଝୀ ଉପରେ ପଡିଥିଲା ପରିବାରର ବୋଝ । କିନ୍ତୁ କିଛିଦିନ ପରେ ତେଲଜୀ ମାଝୀ ନିଖୋଜ ହେଇ ଗଲା ଫଳରେ ଲାଲୁ, ରୀନା ଏବଂ ନିତୁ ତିନି ଅନାଥ ଶିଶୁଙ୍କ ବୋଝ ବୃଦ୍ଧା ଜେଜେମାଆଙ୍କ ଉପରେ ପଡିଲା । ତାପରେ ନିକଟରେ ବୃଦ୍ଧ ଜେଜେ ମାଆର ଙ୍କ ର ମଧ୍ୟ ମୃତ୍ୟୁ ହୋଇଯାଇଥିଲା I ଯେଉଁଥିପାଇଁ ଏହି ତିନି ନାବାଳକ ଶିଶୁ ଅସହାୟ ହୋଇପାଡ଼ିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଆଜି ସମିତି ଅଧ୍ୟକ୍ଷା କମଳା ପାତ୍ରଙ୍କ ସମେତ ସମାଜସେବୀ ହରିଶଙ୍କର ପାତ୍ର ଓ ଅନ୍ୟ କିଛି ସମାଜସେବୀ ଫୁଲଡୁମେର ଗ୍ରାମକୁ ଯାଇ ନିଷ୍ପାପ ଶିଶୁଙ୍କ ଅସହାୟ ଅବସ୍ଥା ଦେଖିବା ସହ ସେମାନଙ୍କ ସରକାରୀ ସହାୟତ ପାଇଁ ପଦକ୍ଷେପ ନେଇଛନ୍ତି । ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ସମିତିକୁ ଅବଗତ କରି ଅପରାହ୍ନ ୩ଟା ବେଳେ କିଛି ଆର୍ଥିକ ସହାୟତା ପ୍ରଦାନ କରି ନିଜ କାର୍ଯ୍ୟାଳୟକୁ ଫେରି ଆସିଥିଲେ I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

