ସିନାପାଲିରେ ଦିବ୍ୟାଙ୍ଗ ଆକଳନ ଶିବିର, ମାଗଣା ଯାତାୟାତ ସୁବିଧା ଯୋଗାଇଲା ଗ୍ରାମ ସମୃଦ୍ଧି ଟ୍ରଷ୍ଟ
ନୂଆପଡ଼ା, ୧୯/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଳପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଆକଳନ ଶିବିର ଅନୁଷ୍ଠିତ ହୋଇଛି। ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ମି ଓରାମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରଟି ପରିଚାଳିତ ହୋଇଥିଲା। ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଅମର ସ୍ୱରୂପ ମୁଣ୍ଡ, ଚକ୍ଷୁ ବିଶେଷଜ୍ଞ ଡା. ମନୋଜ କୁମାର ଦୋରା, ମାନସିକ ଅନଗ୍ରସର ବିଶେଷଜ୍ଞ ବୈଷ୍ଣବୀ ପ୍ରସାଦ, ସିକଲ୍ ସେଲ୍ ବିଶେଷଜ୍ଞ ଡା. ମନୋଜ କୁମାର ସାହୁ, ମୁକବଧିର ବିଶେଷଜ୍ଞ ଡା. ଅନୁପ କୁମାର ଅଗ୍ରୱାଲ ଓ ଡା. ଘନଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କର ଆକଳନ ଓ ଚିହ୍ନଟ କରିଥିଲେ। ଶିବିରକୁ ଆସୁଥିବା ଦିବ୍ୟାଙ୍ଗ ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ‘ଗ୍ରାମ ସମୃଦ୍ଧି ଟ୍ରଷ୍ଟ’ ପକ୍ଷରୁ ମାଗଣା ଯାତାୟାତ ଯାନବାହନର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଜନସାଧାରଣଙ୍କ ସୁବିଧା ପାଇଁ ଶିବିରସ୍ଥଳରେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଏସ୍ଏସ୍ଓ ହରେକୃଷ୍ଣ ନାଏକ, କନିଷ୍ଠ ସହାୟକ ଓମ ପ୍ରକାଶ ମାଝୀ, ବିଆର୍ସି ପୁଣ୍ଡରିକାକ୍ଷ ହୋତା, ମଙ୍ଗଳ ଅଧିକାରୀ ସୁନିଲ କୁମାର ସାମଲଙ୍କ ସମେତ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ। ନୂଆମାଳପଡ଼ା ସରପଞ୍ଚ ବନିତା ପୋଢ଼, କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ସା, ଗ୍ରାମ ରୋଜଗାର ସେବକ ଆଶିଷ କୁମାର ମୁଣ୍ଡଙ୍କ ସହିତ ଗାଁ ସାଥିମାନେ ମଧ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ସିନାପାଲି ଯୁବ ଯାଦବ ସମାଜ ସଂଘ ସଭାପତି ଗଣେଷ ପୋଢ଼, ସମାଜସେବୀ ଯୁବରାଜ ଗୁଆଲ, ଜିଲ୍ଲା ଦିବ୍ୟାଙ୍ଗ ସଂଘ ସଭାପତି ଅର୍ଚ୍ୟୁତ ସୁନାନି, ସମ୍ପାଦକ ଦିଲିପ କୁମାର ଷଡ଼ଙ୍ଗୀ ଓ ଜିଲ୍ଲା ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର କନିଷ୍ଠ କିରାଣି ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।