ତିନିଦିନ ହୋଇଥିବା ଲଗାଣ ବର୍ଷାରେ ସାହାପଡା ଗ୍ରାମର ଲୋକମାନେ ହନ୍ତସନ୍ତ
ଯାଜପୁର, ୨୫/୦୯ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ଅଧିନ ସାହାପଡା ଗ୍ରାମରେ ତିନିଦିନ ଧରି ଲଗାଣ ବର୍ଷାରେ ଲୋକ ମାନେ ନାହିଁ ନଥିବା ଦୁର୍ଦ୍ଦଶାରେ ସମୁଖୀନ ହୋଇଛନ୍ତି। ନାଁ ଏଠାରେ ଡେନ ବ୍ୟବସ୍ଥା ଅଛି ନାଁ ପାଣି ଯିବାପାଇଁ କୈାଣସି ରାସ୍ତା ନାହିଁ। ଯଦି ରସୁଲପୁର ପୁର ତହସିଲ ଦାର ହସ୍ତକ୍ଷେପ କରନ୍ତେ କିଛି ମାତ୍ରାରେ ସାହାପଡା ଗ୍ରାମର ଚିତ୍ର ବଦଳି ଯାଆନ୍ତା। ରାସ୍ତା ର ଉଭୟ ପାଶ୍ୱର୍ରେ ଥିବା ସରକାରୀ ଜମିକୁ ଜବର ଦଖଲ କରି ଅନେକ ଲୋକ ରଖିଛନ୍ତି।ତାହା ଜବର ଦଖଲ କାର ଙ୍କୁ ଉଚ୍ଛେଦ କରାଇଲେ ଅନେକ ପରି ମାତ୍ରା ରେ ଦୁଃଖ ଲାଘବ ହୋଇ ପାରନ୍ତା।