ଜୟପୁରରେ ଚୋରି ଓ ଲୁଟ୍ ଘଟଣାରେମାମଲା, ଅଭିଯୁକ୍ତ ଗିରଫ
ଜୟପୁର, ୨୨/୦୯ ( ଏ. ଭେଙ୍କଟ ରାଓ ) : ଜୟପୁର ଟାଉନ୍ ଥାନା ଅଞ୍ଚଳରେ ଚୋରି ଓ ଲୁଟ୍ ଘଟଣାକୁ ନେଇ ପୋଲିସର ତତ୍ପରତା । ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ସହ ଚୋରି ଓ ଲୁଟ୍ ସାମଗ୍ରୀ ଜବତ କରିଛି ପୋଲିସ । ଜୟପୁର ଟାଉନ୍ ଥାନା ପକ୍ଷରୁ ୮ଟି ମାମଲାର ତଦନ୍ତରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦିଆଯାଇଛି । ଜୟପୁର ଟାଉନ୍ ଥାନା ଅଞ୍ଚଳରେ ଚୋରି ଓ ଲୁଟ୍ ଘଟଣାକୁ ନେଇ ପୋଲିସର ତତ୍ପରତା । ବିଭିନ୍ନ ସ୍ଥାନରେ ଘଟିଥିବା ଚୋରି ଓ ଲୁଟ୍ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ସହ ଚୋରି ସାମଗ୍ରୀ ଜବତ କରିଛି ପୋଲିସ ।ପୋଲିସ ସୂଚନା ଅନୁସାରେ, ଜୟପୁର ଟାଉନ୍ ଥାନାରେ ରୁଜୁ ହୋଇଥିବା ମୋଟ ୮ଟି ମାମଲାରେ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ମାମଲାଗୁଡ଼ିକ ମଧ୍ୟରେ ଘରୁ ନଗଦ ଟଙ୍କା ଚୋରି, ଛୁରୀ ଦେଖାଇ ଲୁଟ୍, ଘରେ ପଶି ସୁନା ଓ ପିତ୍ତଳ ସାମଗ୍ରୀ ଚୋରି, ବିଦ୍ୟୁତ ତାର ଚୋରି ଏବଂ ମନ୍ଦିରରୁ ପିତ୍ତଳ ସାମଗ୍ରୀ ଚୋରି ଭଳି ଘଟଣା ରହିଛି । ଏହି ସମସ୍ତ ମାମାଲା ସମୁଦାୟ 14 ଜଣ ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଳାଣ କରିଥିବା ବେଳେ ନଗଦ 2 ଲକ୍ଷ ଟଙ୍କା, ମୋବାଇଲ ଫୋନ, ଅନେକ ଘରୋଇ ସାମଗ୍ରୀ ଭୀ ଜବତ କରିଛି.