ପାଚିକାଙ୍କୁ ଛଟେଇ ପ୍ରତିବାଦରେ ବିଇଓ ଅଫିସ ସମ୍ମୁଖରେ ଧାରଣ
ଯାଜପୁର, ୨୨/୦୯ ( ରଂଜିତ ମହାନ୍ତି ) : ବରୀ ବ୍ଳକ ବାଇଁଶିରିଆ ପଞ୍ଚାୟତ ମଣିଭଦ୍ର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକାଙ୍କୁ ଛଟେଇ ପ୍ରତିବାଦରେ ଆଜି ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ/ପାଚିକା ରାଜ୍ୟ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି। ସଂଘ ସଭାପତି ସୁମିତ୍ରା ରଥଙ୍କ ନେତୃତ୍ବରେ ବିଭିନ୍ନ ବିଦ୍ୟାଳୟର ପାଚକପାଚିକାମାନେ ଏହି ଧାରଣାରେ ସାମିଲ ହୋଇଥିଲେ। ଆଜି ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ) ଅନୁପସ୍ଥିତ ଥିବାରୁ ସହ ଶିକ୍ଷା ଅଧିକାରୀ ନିର୍ମଳ କୁମାର ଜେନା ଓ ଜଳଧର ଖଟୁଆ ସେମାନଙ୍କ ସହ ଆଲୋଚନା କରିଥିଲେ | ସମସ୍ୟାର ସମାଧାନ ପାଇଁ ୭ଦିନର ସମୟ ନେବା ସହତ ମଣ୍ଡଳ ଶିକ୍ଷା ଅଧିକାରୀ ଆସିଲେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା | ପ୍ରକାଶ ଥାଉକି ସ୍କୁଲ ପରିଚାଳନା କମିଟି ସହ ବିବାଦ ପରେ ରୋଷେଇ କାର୍ଯ୍ୟରୁ ପାଚିକାମାନଙ୍କୁ ହଟାଇ ଦିଆଯାଇଥିବାରୁ ଏହାକୁ ନେଇ ଗତ କିଛିଦିନ ଧରି ଅଶାନ୍ତି ଲାଗି ରହିଛି।