Hot Posts

6/recent/ticker-posts

ପାଠ୍ୟପୁସ୍ତକ ତ୍ରୁଟି ସଂଶୋଧନ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସତ୍ୟାଗ୍ରହ

ଭବାନୀପାଟଣା, ୧୮/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ, ନବନିର୍ମାଣ ଯୁବ ଛାତ୍ର ସଂଗଠନ ଓ ଅଭିଭାବକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି। ସଂଗଠନର ଜାତୀୟ ଆବାହକ ଶ୍ରୀଯୁକ୍ତ ଅକ୍ଷୟ କୁମାରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ସତ୍ୟାଗ୍ରହରେ ଓଡ଼ିଶାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା କଥିତ ୧୬୭୮ଟି ତ୍ରୁଟିକୁ ତୁରନ୍ତ ସଂଶୋଧନ କରିବାକୁ ଦାବି କରାଯାଇଥିଲା। ଏଥିସହ ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଂଯୋଜକ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ଶ୍ରୀ ହେରମ୍ବ ସେନାପତି, ଜିଲ୍ଲା ଯୁବ ସଭାପତି ଶ୍ରୀ ହିତେଶ କୁମାର ନାଏକ, ଜିଲ୍ଲା ଛାତ୍ର ସଭାପତି ଶ୍ରୀ ଅଭିଜିତ ଶତପଥୀ, ସଂଗ୍ରାମୀ ଶ୍ରୀ ସୁରେଶ ସଂଗ୍ରାମଙ୍କ ସମେତ ଜିଲ୍ଲା ଅଭିଭାବକ ସଂଘର ଶ୍ରୀ ନିରୋଦ ରାଉତ, ଶରତ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଆଗାମୀ ଦିନରେ ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।