Hot Posts

6/recent/ticker-posts

ଖାଲଖମାରେ ଭର୍ତ୍ତି ରାସ୍ତା, ମରାମତିକୁ ପୂର୍ତ୍ତ ବିଭାଗର ନିଘା ନାହିଁ

ବରୀ, ୨୩/୦୯ ( ରଂଜିତ ମହାନ୍ତି ) : ପୂର୍ତ୍ତ ବିଭାଗ ଅଧୀନରେ ଥିବା ଶାସନରୁ ବୋଦୁଅ ରେବଲ ସେତୁ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମଧ୍ୟ ରାସ୍ତାର ସ୍ଥାୟୀ ମରାମତି କରାଯାଇନଥିବା ଅଭିଯୋଗ ହୋଇଛି। ବନ୍ୟା ପୂର୍ବରୁ ବିଭାଗ ପକ୍ଷରୁ ମହାପୁରୁଷଙ୍କ ପୀଠ ନିକଟରେ ଅଳ୍ପ କିଛି ଗୁଣ୍ଡ ପକାଯାଇଥିଲା। ତେବେ ଏହା ପରେ ଆଉ କୌଣସି ଉଲ୍ଲେଖନୀୟ ମରାମତି କାମ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ଉପରେ ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଯାତାୟାତ କରୁଥିବାବେଳେ ବହୁ ଗାଡ଼ିମୋଟର ମଧ୍ୟ ଚଳାଚଳ କରୁଛି। ଖାଲଖମା ଯୋଗୁଁ ଯାତାୟାତକାରୀମାନେ ଦୁର୍ଘଟଣାର ଆଶଙ୍କାରେ ରହୁଛନ୍ତି। ସମ୍ପୃକ୍ତ ପୂର୍ତ୍ତ ବିଭାଗ ତୁରନ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ମରାମତି କରିବା ସହ ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।