ସୁନ୍ଦର ମଣ୍ଡଲ ପକ୍ଷରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମ ଦିବସ ପାଳନ ନେଇ ସୁନାରି ସିକୁଆ ଶକ୍ତି କେନ୍ଦ୍ର ରେ ଦୀପ ଦାନ ଉତ୍ସବ ପାଳିତ, ୨୧୧ ଗୋଟି ଦୀପ ଜଳୀ ଦୀର୍ଘାୟୁ କାମନା
ନୂଆପଡ଼ା, ୧୭/୦୯ ( ପରମେଶ୍ୱର ମେହେର ) : ସୁନ୍ଦର ମଣ୍ଡଲ ପକ୍ଷରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମ ଦିବସ ପାଳନ ନେଇ ସୁନାରି ସିକୁଆ ଶକ୍ତି କେନ୍ଦ୍ର ରେ ଦୀପ ଦାନ ଉତ୍ସବ ପାଳିତ, ୨୧୧ ଗୋଟି ଦୀପ ଜଳୀ ଦୀର୍ଘାୟୁ କାମନା କରିଛନ୍ତି। ବୁଥ ସଭାପତି ମିତ୍ରଭାନୁ ମାଝୀ ଙ୍କ ନେତୃତ୍ବରେ ଶ୍ରୀ ଜଗନ୍ନାଥ ମନ୍ଦିର ରେ ୨୨୧ ଗୋଟି ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ-ସଭାପତି ଶ୍ରୀ ରାତ୍ରନନ୍ଦ ମନହିରା, ମଣ୍ଡଲ ସଂପାଦିକା ରିନା ଦାସ, ଏମ୍ୱିକେ ଯଶୋବନ୍ତି ସାଗର, ସିଆର ପିବଦେବକି ବୈଠାରୁ, ତରୁଣୀ ତାଣ୍ଡି, ଜିପିଏଲ ଏଫ- ସଭାନେତ୍ରୀ ରମାମଣି ଦାସ, ସଂପାଦିକା ଜୈମନି ମନହିରା, ସମିତି ସଭ୍ୟା-ବିଜୟା ମେହେର ସମାଜସବିକା ଜଗଦ୍ଧାତ୍ରୀ ବୈଠାରୁ, ପ୍ରମିଲା ମାଝୀ, କାଜଳ ବୈଠାରୁ, ଖିର ମେହେର, ଷଷ୍ଟି ବୈଠାରୁ, ଗାୟତ୍ରୀ ସରାଫ, ଡାଳିମ୍ବ ବୈଠାରୁ ତଥା ବରିଷ୍ଠ ସମାଜସେବୀ ନିଲଗିରି ଦାସ, ଟଙ୍କଧର ବୈଠାରୁ, ରାଘବ ଜଗତ, କେତନ ଜଗତ ପ୍ରମୁଖ ଅନେକ ମହିଳା ଉପସ୍ଥିତ ରହି ଆର୍ଶୀବାଦ ଦୀପ ପ୍ରଜ୍ବଳନ କରି ଘଣ୍ଟ ବାଦ୍ୟ ହୁଲହୁଲି ଶଙ୍ଖ ଧ୍ବନିରେ ସମସ୍ତେ ଦେଶର ବିକାଶ କାମନା କରିଥିଲେ।