Hot Posts

6/recent/ticker-posts

ରାୟଗଡ଼ ଜଗନ୍ନାଥ ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା, ୧୭/୦୯ ( ଭି. ଗୌରୀ ଶଙ୍କର ରାଓ ) : ‘ସେବା ସଂକଳ୍ପ ପର୍ବ–୨୦୨୬’ ଅବସରରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ରାୟଗଡ଼ା ସହରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ‘ଆଶୀର୍ବାଦର ଦୀପ ପ୍ରଜ୍ଜ୍ୱଳନ’ କାର୍ଯ୍ୟକ୍ରମ ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲାସ୍ତରୀୟ ମହାସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସୁଭଦ୍ରା ହିତାଧିକାରୀ ଏବଂ ଲକ୍ଷପତି ଦିଦିମାନେ ଯୋଗଦେଇଥିଲେ। ଏହି ଅବସରରେ ରାୟଗଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୮୦୦ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏଥିସହ ‘ସେବା ସଂକଳ୍ପ ପର୍ବ–୨୦୨୬’କୁ ଜିଲ୍ଲାବ୍ୟାପୀ କରାଯାଇ ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମ ପଞ୍ଚାୟତସ୍ତରରେ ମଧ୍ୟ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସମଗ୍ର ଜିଲ୍ଲାରେ ପ୍ରାୟ ୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିବା ବେଳେ ଏହା ମାଧ୍ୟମରେ ସେବା, ସମର୍ପଣ ଓ ସାମୂହିକ ସଂକଳ୍ପର ବାର୍ତ୍ତା ପ୍ରତିଫଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଓଡ଼ିଶା ଜୀବିକା ମିଶନ (OLM)ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ଶଙ୍କର ଚଲାଣ ଏବଂ ଜିଲ୍ଲା ଆକାଉଣ୍ଟାଣ୍ଟ ଶ୍ରୀ ସାରଙ୍ଗଧର ସାବରଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀ, କର୍ମଚାରୀ, ସମାଜସେବୀ ମାନେ ଉପସ୍ଥିତ ଥିଲେ। ‘ସେବା ସଂକଳ୍ପ ପର୍ବ–୨୦୨୬’ ଅବସରରେ ଜିଲ୍ଲାରେ ଆୟୋଜିତ ଏହି ସାମୂହିକ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ମାଧ୍ୟମରେ ସେବା, ଏକତା, ନାରୀ ସଶକ୍ତିକରଣ ଓ ସମାଜ ପ୍ରତି ସମର୍ପଣର ଭାବନାକୁ ଆହୁରି ସୁଦୃଢ଼ କରାଯାଇଥିଲା।