Hot Posts

6/recent/ticker-posts

ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମ ଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ, ବ୍ଲକ, ପଂଚାୟତ ଏବଂ ଜିଲ୍ଲା ସ୍ତରରେ ପ୍ରଜ୍ବଳିତ ହେଲା ୫ ଲକ୍ଷରୁ ଉର୍ଦ୍ଧ ଦୀପ

ଭବାନୀପାଟଣା, ୧୭/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପବିତ୍ର ମନ୍ଦିର ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୁହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ୨୧୦୦ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା। ଉପସ୍ଥିତ ଅତିଥି, ଅଧିକାରୀ, କର୍ମଚାରୀ ଓ ଅଂଶଗ୍ରହଣକାରୀମାନେ ସାମୁହିକ ଭାବେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳମୟ ଜୀବନ କାମନା କରିଥିଲେ। ମାନ୍ୟବର ସାଂସଦ ମାଳବିକା ଦେବୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହାରାଜ ଅନନ୍ତ ପ୍ରତାପ ଦେଓ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ବିଧାୟକ ଅନାମ ନାଏକ, ସମାଜସେବୀ ଯୁଗଳ କେଶରୀ ପୋଡ, ଭବେନ୍ଦ୍ର ପଣ୍ଡା ପ୍ରମୁଖ ସହ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୂଜିବିନ ନିଶା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା , ଡି ପି ଇ ଓ ରୂପ ସିଂ ରାଉତ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ , ସହରର ବୁଦ୍ଧିଜୀବି ,ଗଣମାଧ୍ୟମ ପ୍ରତିନିଧି ଏଥିରେ ଉପସ୍ଥିତ ଥିଲେ। ଏହାସହିତ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ,ସୁଭଦ୍ରା ଭଉଣୀ, ଆଶାକର୍ମୀଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପରିସରରେ ଶତାଧିକ ଦୀପର ଆଲୋକରେ କାର୍ଯ୍ୟକ୍ରମଟି ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା। ସେଭଳି ଗାନ୍ଧୀ ଛକ ସ୍ଥିତ ଦୁର୍ଗା ମଣ୍ଡପ ଠାରେ ମଧ୍ୟ ୧୧୦୦ ଦୀପ ପ୍ରଜ୍ବଳନ କରାଯାଇଥିଲା। ଜିଲ୍ଲା ମୁଖ୍ୟାଳୟ ସହିତ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ ଓ ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ ସାମୁହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାବ୍ୟାପୀ ଭାବେ ଏହି କାର୍ଯ୍ୟକ୍ରମକୁ ସାମୁହିକ ଅଂଶଗ୍ରହଣ ସହ ପାଳନ କରାଯାଇଥିଲା