Hot Posts

6/recent/ticker-posts

ଅକ୍ଟୋବର ୪ ତାରିଖ ରେ 'ଅ' ମହୋତ୍ସବ

କର୍ଲାମୁଣ୍ଡା, ୨୩/୦୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ରିଷି ଭବନ ଠାରେ ଆସନ୍ତା ଅକ୍ଟୋବର ୪ ତାରିଖ ଦିନ 'ଅ' ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଭା ସମ୍ମାନ, ପୁସ୍ତକ ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଜିଲ୍ଲା ତଥା ରାଜ୍ୟର ବହୁ ମାନ୍ୟଗଣ୍ୟ କବି ଓ ଲେଖକ ଏଥିରେ ଯୋଗଦେବେ।ମହୋତ୍ସବରେ ଘୁମୁରା ଲୋକ ଗୀତ ଲେଖକ ଶ୍ରୀ ସତ୍ୟ ନାୟକଙ୍କୁ ଶ୍ରୀ ଶୈଳେନ୍ଦ୍ର ଆଚାର୍ଯ୍ୟ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ସେହିପରି 'ଅ' ପ୍ରତିଭା ସମ୍ମାନରେ କଳାହାଣ୍ଡିର ସୁଧୀର ମେହେର, ହିମାଞ୍ଚଲ ସାହୁ, ନୂଆପଡାର ବ୍ରଜମୋହନ ମେହେର, ବରଗଡ଼ ର କସ୍ତୁରୀ ସାହୁ ଓ ରାୟଗଡାର ରାଜଲକ୍ଷ୍ମୀ ରାଉତଙ୍କୁ ସମ୍ମାନିତ କରାଯିବ। ଏଥିପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ସଭାପତି ନରେଶ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦକ କାହ୍ନୁ ଚରଣ ସାହୁ, ବିଶ୍ଵନାଥ ସାହୁ, ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ, ପଲ୍ଲବୀ ଦାସ, ସଂଯୁକ୍ତା ପାଢ଼ୀ, ଉଦେନାଥ ଭୋଇ, ସୁଶାନ୍ତ ରଣା, ପୂଜା ସା, ଯେମନ୍ତ ସାହୁ, କରୁଣା ସାହୁ, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମୁଖ୍ୟ ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।