Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ସହ ଚାଷୀଙ୍କ ଚାଷ କ୍ଷତି ହେବାର ଆଶଙ୍କା।

ଜୁନାଗଡ, ୨୫/୦୯ (  ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ଓ ଇନ୍ଦ୍ରାବତୀ ଜଳ ସ୍ତର ବୃଦ୍ଧି ଯୋଗୁଁ ହାତୀ ନଦୀ ର ଉଭୟ ପାର୍ଶ୍ୱରେ ଚାଷ ଜମିରେ ଜଳମଗ୍ନ। ଚାଷୀ ମାନଙ୍କ ଜମିରେ ଗତ ବଢ଼ି ସମୟରେ କ୍ଷୟ କ୍ଷତି ହୋଇଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି । ତାହାର ସଠିକ୍ ଆକଳନ କରାଯାଇ ଚାଷୀଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି। ଏହିପରି ସ୍ଥଳେ ଗତ ଦୁଇଦିନ ବର୍ଷା ରେ ବର୍ତ୍ତମାନ ହାତୀ ନଦୀ ଓ ତାର ଅବବାହିକା ଅଞ୍ଚଳରେ ବଢ଼ି ଜଳ ସ୍ତର ବୃଦ୍ଧି ଯୋଗୁଁ ପୂର୍ବପରି ଚାଷ କ୍ଷତି ର ଆଶଙ୍କା ବଢ଼ିଯାଇଛି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।