ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ବୃକ୍ଷରୋପଣ.....
ଉଲୁଣ୍ଡା ୧୭/୦୯ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପ୍ରକୃତିଗ୍ରାମ ଖଜୁରିଆପାଲି ଠାରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପବିତ୍ର ଜନ୍ମଦିନ ଅବସରରେ "ଏକ୍ ପେଡ୍ ମାଁ କେ ନାମ୍" କୁ ସାକାର କରିବା ପାଇଁ ପରିବେଶପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆଙ୍କ ତତ୍ୱାବଧାନରେ ସବୁଜିମା ପ୍ରକୃତିର ସୁରକ୍ଷା ଓ ଆଗାମୀ ପୀଢ଼ି ପାଇଁ ବୃକ୍ଷରୋପଣ କରାଯାଇଛି l ପରିବେଶ ଓ ପ୍ରକୃତିର ସୁରକ୍ଷା କରିବା ସହ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷଳତାର ଯତ୍ନ କରିବା, ପ୍ରାକୃତିକ ପରିବେଶରେ ରହୁଥିବା ବନ୍ୟପ୍ରାଣୀଙ୍କ ସରଂକ୍ଷଣକୁ ପ୍ରାଧାନ୍ୟ ଦେବା ପାଇଁ ସତ୍ୟଜିତ ନିବେଦନ କରିଥିବା ବେଳେ ଗ୍ରାମର ମହିଳା ମାନେ ମଧ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟ କରିଛନ୍ତି l