Hot Posts

6/recent/ticker-posts

ଜିଲ୍ଲା ଆଦିବାସୀ ଭତରା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

କୋକସରା, ୨୨/୦୯ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ସିଉନି ସ୍ଥିତ ଭୈରବ ଦେବଙ୍କ ମନ୍ଦିର ପରିସର ମଧ୍ୟରେ ଆଦିବାସୀ ଭତରା ସମାଜ କଳାହାଣ୍ଡି ପକ୍ଷରୁ ମଙ୍ଗଳବାର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ ହୋଇଯାଇଛି। ତେବେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବିଧି ପୂର୍ବକ ସ୍ଥାନୀୟ ଭୈରବ ଦେବଙ୍କ ପୂଜକ ହିମାଞ୍ଚଳ ପୁଝାରୀଙ୍କ ଘରୁ ଯୋଗାର ଅଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପାଞ୍ଚଗୋଟି ବ୍ଲକରେ ବସବାସ କରୁଥିବା ପ୍ରାୟ ପାଞ୍ଚ ହଜାର ଭତରା ସମ୍ପ୍ରଦାୟର ଲୋକେ ଉପସ୍ଥିତ ରହି ଏକାଠି ନବାନ୍ନ ଭକ୍ଷଣ କରିଥିଲେ। ତେବେ ନବାନ୍ନ ଭକ୍ଷଣ ପୂର୍ବରୁ ଆଦିବାସୀ ସମ୍ପ୍ରଦାୟର ଇଷ୍ଟ ଓ ଆଦିଦେବତା ଭୈରବ ଦେବ ଏବଂ ଇଷ୍ଟଦେବୀ ମାଁ ଦନ୍ତେଶ୍ୱରୀଙ୍କୁ ପ୍ରଥମେ ନବାନ୍ନ ଅର୍ପଣ କରି ସାମୂହିକ ଭାବେ ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ। ପରେ କଳାହାଣ୍ଡି ଜିଲ୍ଲା ଭତରା ସମାଜ ସଭାପତି ନୀଳକଣ୍ଠ ମାଝୀଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ମାଝୀ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ଉପସଭାପତି ଗରୁଡ଼ଧ୍ଵଜ ମାଝୀ, ସମ୍ମାନିତ ଅତିଥି ଭାବରେ ରାଜ୍ୟ କମିଟି ସଦସ୍ୟ କୈଳାଶ ଚନ୍ଦ୍ର ମାଝୀ, ଘନଶ୍ୟାମ ନାଏକ, ଦୁହିତା ମାଝୀ, ଚଞ୍ଚଳା ନାଏକ, ସହଦେବ ଗୌନ୍ତିଆ, ଋତୁରାଜ ମାଝୀ, ସୁଶାନ୍ତ କୁମାର ମାଝୀ, ସୁଧୀର ପାତ୍ର, ଗଣେଶ ଦଳାଇ, ରଣସାଏ ପାତ୍ର, ବିଭୂତି ପୁଝାରୀ, ମିନି କେତନ ଦଳପତି, ଲୋକନାଥ ପାତ୍ର, ଟିକେଚନ୍ଦ୍ର ମାଝୀ, ଦୈତାରୀ ପୁଝାରୀ, ବାମଦେବ ପାତ୍ର, ଦୟାନିଧି ପୁଝାରୀ, ଉପେନ୍ଦ୍ର ବାଣୁଆ ଓ ଅନ୍ୟ ବରିଷ୍ଟ କର୍ମକର୍ତ୍ତା ମାନେ ମଞ୍ଚାସୀନ ରହିଥିଲେ। ସଭାରେ ମେଧା ଛାତ୍ର ଛାତ୍ରୀ ତଥା ସଦ୍ୟ ପ୍ରକାଶିତ ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ଭତରା ସମାଜ ପକ୍ଷରୁ ସମ୍ମାନୀତ କରାଯାଇ ଥିଲା। ପୁଣି, ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ଗୋପିଚନ ନାଏକ, କ୍ଷୀରୋଦ ଚନ୍ଦ୍ର ମାଝୀ ଏବଂ ପ୍ରସାଦ ଦଳପତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ କୁନା କୁନି ପୁଅ ଝିଅଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ଲୋକେଶ ରଞ୍ଜନ ନାଏକ ଏବଂ ସହ ସମ୍ପାଦକ ଭୁବନେଶ୍ୱର ଦିଶାରି ପର୍ଯ୍ୟାୟକ୍ରମେ ମଞ୍ଚ ପରିଚାଳନା କରିଥିଲେ। ଗରୁଡ଼ଧ୍ଵଜ ମାଝୀ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଅନୁଷ୍ଠାନର ବିଶିଷ୍ଟ କର୍ମକର୍ତ୍ତା ଖଗେଶ୍ୱର ନାଏକ, ପ୍ରକାଶ ପୁଝାରୀ, ସନ୍ତୋଷ ମାଝୀ, ବନ ଦଣ୍ଡସେନା, ବେଣୁଧର ନାଏକ, ପରମେଶ୍ୱର ଧଙ୍ଗଡା ମାଝୀ, ରବି ନାରାୟଣ ପୁଝାରୀ ଦେବିଶିଂ ନାଏକ, ରତନ ଦିସାରୀ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।