Hot Posts

6/recent/ticker-posts

ନୂଆପଡ଼ାରେ ବୁକ୍ ସର୍କୁଲାର-୪୭ କାର୍ଯ୍ୟକାରୀତା ନେଇ ଜ଼ିଲ୍ଲାପାଳଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ

ନୂଆପଡ଼ା, ୨୨/୦୯ ( ପରମେଶ୍ୱର ମେହେର ) : ବୁକ୍ ସର୍କୁଲାର-୪୭ର ସଠିକ୍ କାର୍ଯ୍ୟକାରୀତା ଓ ଏହାର ବିଭିନ୍ନ ନିର୍ଦ୍ଦେଶାବଳୀର ପାଳନ ନେଇ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ବୁକ୍ ସର୍କୁଲାର-୪୭ର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଜନପ୍ରତିନିଧିଙ୍କ ସହ ଶିଷ୍ଟାଚାରପୂର୍ଣ୍ଣ ଆଚରଣ, ସମୟବଦ୍ଧ ପତ୍ରାଚାର ଓ ଉପଯୁକ୍ତ ରେକର୍ଡ ସଂରକ୍ଷଣ ସୁନିଶ୍ଚିତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡା. ଇଶାନୀ ମିତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।