ନୂତନ ଏବିଓଙ୍କ ଯୋଗଦାନ
ବରୀ, ୨୦/୦୫ ( ରଂଜିତ ମହାନ୍ତି ) : ନୂତନ ସହମଣ୍ଡଳ ଶିକ୍ଷାଅଧୂକାରୀ ଭାବେ ଆଜି ନିର୍ମଳ ଚନ୍ଦ୍ର ଜେନା ବରୀ ଶିକ୍ଷାଅଧୂକାରୀଙ୍କ କାର୍ଯ୍ୟାଳୟ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି । ଶ୍ରୀ ଜେନା କାର୍ଯ୍ୟାଳୟରେ ପହଁଚିବା ପରେ ମଣ୍ଡଳଶିକ୍ଷାଅଧୂକାରିଣୀ ପ୍ରତିଶ୍ରୁତି ସିଂ, ଏବିଓ ଜଳଧର ଖଟୁଆ, ସଂଯୁକ୍ତା ମିଶ୍ର, କାର୍ଯ୍ୟାଳୟର କର୍ମଚାରୀ, ସିଆରସିସି, ଶିକ୍ଷକ ନେତା ଓ ଶିକ୍ଷକମାନେ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ ।