Hot Posts

6/recent/ticker-posts

ଇଞ୍ଜିନିୟରିଂ କଲେଜ୍ ର ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ଦେଇନାହିଁ ସଂସ୍ଥା ।

ଭବାନୀପାଟଣା, ୨୦/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ୍ ର ଆଉଟସୋର୍ସିଂ କର୍ମଚାରୀମାନେ ଦରମା ଅନିୟମିତତାକୁ ନେଇ ଶ୍ରମ ଆୟୁକ୍ତଙ୍କ ନିକଟରେ ଗୁରୁତର ଅଭିଯୋଗ କରିଛନ୍ତି । ସରକାରଙ୍କ ପକ୍ଷରୁ ଦରମା ବୃଦ୍ଧି ଘୋଷଣା ହୋଇଥିଲେ ମଧ୍ୟ ବକେୟା ଟଙ୍କା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନି । ସେହିପରି EPF ଜମାରେ ଅନିୟମିତତା ଓ ଦରମାରୁ କଟନି ହେଉଥିବା ଅଭିଯୋଗ କରିଛନ୍ତି। ଭବାନୀପାଟଣା ସ୍ଥିତ ଗଭର୍ଣ୍ମେଣ୍ଟ କଲେଜ୍ ଅଫ୍ ଇଞ୍ଜିନିୟରିଂ କଳାହାଣ୍ଡିରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ୨୦୨୧ ମସିହାରେ ସରକାର ମାସିକ ଦରମାକୁ ୧୬ ହଜାର ୮୮୦ ଟଙ୍କାରୁ ବଢ଼ାଇ ୨୧ ହଜାର ୧୦୦ ଟଙ୍କା କରିଥିଲେ । ପରେ ୨୦୨୪ ମସିହାରେ ଏହାକୁ ପୁନର୍ବାର ବୃଦ୍ଧି କରାଯାଇ ୨୬ ହଜାର ୪୦୦ ଟଙ୍କା କରାଯାଇଥିଲା । କିନ୍ତୁ ୨୦୨୧ ରୁ ୨୦୨୪ ମଧ୍ୟରେ ଯେଉଁ ବୃଦ୍ଧିତ ଦରମା ପାଇବାକୁ ଥିଲା, ତାହା ଏପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ କରିଛନ୍ତି ।ସେହିପରି ପାଞ୍ଚ ବର୍ଷର ସେବା ପୂରଣ ପରେ ମିଳିବାକୁ ଥିବା ଅତିରିକ୍ତ ଏକ ହଜାର ଟଙ୍କା ମଧ୍ୟ ଦିଆଯାଇନଥିବା କହିଛନ୍ତି । ଭୁବନେଶ୍ୱର ସ୍ଥିତ “ସାଇ ଇଣ୍ଟେଲିଜେନ୍ସ ସର୍ଭିସ” ନାମକ ଆଉଟସୋର୍ସିଂ ସଂସ୍ଥା ବିରୋଧରେ EPF ଟଙ୍କା ସମୟରେ ଜମା ନକରିବା, ଦରମା ବିଳମ୍ବରେ ପ୍ରଦାନ କରିବା ଏବଂ ବିନା ସ୍ପଷ୍ଟିକରଣରେ ଦରମାରୁ କଟା ଯାଉଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କର୍ମଚାରୀମାନେ ।ଏନେଇ ପୂର୍ବରୁ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ, ଏବେ ଶ୍ରମ ଆୟୁକ୍ତଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ସମସ୍ତ ଆଉଟସୋର୍ସିଂ କର୍ମଚାରୀ ।