ଅଙ୍ଗାଲୋ ସରପଞ୍ଚ ପଦବୀ ଖାଲି, ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ
ବରୀ, ୧୯/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧୀନ ଅଙ୍ଗାଳୋ ପଞ୍ଚାୟତରେ ୨ ମାସରୁ ଉର୍ଦ୍ଧ ହେବ ସରପଞ୍ଚ ପଦବୀ ଖାଲି ପଡ଼ିଛି। ଫଳରେ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହି ପଞ୍ଚାୟତ ୧୪ ୱାର୍ଡକୁ ନେଇ ଗଠିତ ୮ ୱାର୍ଡ ସଭ୍ୟ ଲଗାତାର ୩ ବୈଠକରେ ଅନୁପସ୍ଥିତ ରହିଥିଲେ। ଏନେଇ ସରପଞ୍ଚ ଶକୁନ୍ତଳା ମଲ୍ଲିକ ସେମାନଙ୍କ ବିରୋଧରେ ଜିଲାପାଳଙ୍କ ଅଭିଯୋଗ କରିଥିଲେ। ନିକଟରେ ଜିଲାପାଳ ଅମ୍ବର କୁମାର କର ପଞ୍ଚାୟତିରାଜ ଆଇନର ଧାରା ୨୬(୨) ଅନୁସାରେ ୧୬/୦୬୨୦୨୫ରେ ଉପରୋକ୍ତ ୮ ୱାର୍ଡ ସଭ୍ୟଙ୍କ ପଦ ରଦ୍ଦ କରିଥିଲେ। ରଦ୍ଦ ତାଲିକାରେ ନାଏବ ସରପଞ୍ଚ ଥୁବାରୁ ତାଙ୍କ ପଦ ମଧ୍ୟ ଯାଇଥିଲା। ପରବର୍ତ୍ତୀ ସମୟରେ ପଞ୍ଚାୟତର ଅଙ୍ଗାଳୋ ପଞ୍ଚାୟତ କାର୍ଯ୍ୟାଳୟ । ୪ ୱାର୍ଡ ସଭ୍ୟ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଉପଜିଲାପାଳଙ୍କ ନିକଟରେ ଲିଗ୍ତ ଅଭିଯୋଗ କରିଥିଲେ। ଉପଜିଲାପାଳ ୱାର୍ଡ ସଭ୍ୟଙ୍କ ଦସ୍ତଖତ ଯାଞ୍ଚ କରିବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ଭୋଟ କରିବାକୁ ୦୮୦୧୦/୨୦୨୫ରେ ଧାର୍ଯ୍ୟ କରିଥିଲେ। ମାତ୍ର ୦୭୧୦/୨୦୨୫ରେ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଅଦ୍ୟାବଧୂ କେହି ସରପଞ୍ଚ ଦାୟିତ୍ଵରେ ନ ଥିବାରୁ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନାର କାର୍ଯ୍ୟ ହୋଇ ପାରୁନାହିଁ। ଫଳରେ ପଞ୍ଚାୟତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସରକାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଞ୍ଚାୟତସ୍ତରୀୟ ସରକାରୀ ଅନୁଦାନକୁ ବିନିଯୋଗ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ଜିଲା ପ୍ରଶାସନର ଅବହେଳା ଯୋଗୁ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଖାଲି ରହଥିବା ଅଭିଯୋଗ ହୋଇଛି। ଏଥିସହିତ ପଞ୍ଚାୟତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ଅସିତ କୁମାର ମହାନ୍ତିଙ୍କୁ ପଚାରିବାରେଯ ସେ କହିଛନ୍ତି, ସରପଞ୍ଚଙ୍କ ଇସ୍ତଫା ସହ ନାଏବ ସରପଞ୍ଚଙ୍କ ପଦ ରଦ୍ଦ ହୋଇଥିବାରୁ ପଞ୍ଚାୟତିରାଜ ନିୟମ ଅନୁଯାୟୀ ଅନ୍ୟ ଜଣଙ୍କୁ ସରପଞ୍ଚ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଉପଜିଲାପାଳଙ୍କୁ ପତ୍ର ଲେଖାଯାଇଛି। ଉପଜିଲାପାଳ ଏ ଦିଗରେ ଯାହା ପଦକ୍ଷେପ ନେବେ। ଏବେ ଦେଖିବାକୁ ଅପେକ୍ଷା ଉପଜିଲାପାଳ କି ପଦଦେକ୍ଷପ ନେଉଛନ୍ତି।