Hot Posts

6/recent/ticker-posts

ରେଡ କ୍ରସ ଏବଂ ରେଡ ରିବନ ବ୍ଳକର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡସ୍ ଦିବସ ପାଳିତ

ଝରିଗାଁ, ୦୨/୧୨ (ନକୁଳ ଭତ୍ରା) : ସ୍ଥାନୀୟ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ କ୍ରସ ଏବଂ ରେଡ ରିବନ ବ୍ଳକର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏଡସ ସଚେତନତା ପାଇ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଏଡସ ର ନିରାକରଣ ଉଦ୍ଦେଶ୍ଯରେ ବିଭିନ୍ନ ସ୍ଳୋଗାନ ଦେଇ ଛାତ୍ରଛାତ୍ରୀ ନଗର ପରିକ୍ରମା କରିଥିଲେ। ତତ୍ପରେ ଶିକ୍ଷାନୁଷ୍ଠାନ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ନିମନ୍ତ୍ରିତ ଓ ସମ୍ମାନିତ ଅତିଥି ମାନଙ୍କଦ୍ୱାରା ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଶିକ୍ଷା ନୁଷ୍ଠାନ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ ବିଭୂତି ଭୂଷଣ ଦାସ, ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଏଡେସ ରୋଗ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ଯପକ ଗୋପାଳ ମହାରଣା, ଇଂରାଜୀ ଅଧ୍ୟାପକ ଶଙ୍କର କୁମାର ନାଲା, ଅର୍ଥନୀତି ଅଧ୍ୟାପକ ତୁଷାରି କୁମାରୀ ପଟ୍ଟନାୟକ,ଓ ଗ୍ରନ୍ଥ ପାଳକ ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୁବ ରେଡକ୍ରସ କାଉନସିଲର ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଖିଲାର । ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛତ୍ର ଛାତ୍ରୀ ମଧ୍ୟରେ କାଞ୍ଚନ ହିରିଜନ, ଭଗବାନ କୁମ୍ଭାର, କୃପାସିନ୍ଧୁ ଦୁରିଆ, ଜାନକୀ ହରିଜନ, ଋତୁଲା ପରଜା ,ମନିତା ମାଝୀ,ଚଇତି ସାନ୍ତା,ନଦିନୀ ରେଳି ଓ ସଞୁମାଝୀ,କୃତିତ୍ଵ ହାସଲ କରିଥିଲା