Hot Posts

6/recent/ticker-posts

ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଝରିଗାଁ ଠାରେ ଅନୁଷ୍ଠିତ

ଝରିଗାଁ, ୦୨/୧୨ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସଦର ମହକୁମା ସ୍ଥିତ ସରକାରୀ ନୋଡାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମକ ଏବିଇ ଓ ଦଶରଥ ଗଣ୍ଡ ଭାରା ପ୍ରାପ୍ତ ପ୍ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ରୋହିନୀ ତପ ସ୍ୱିନ ହଜାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରି ସମସ୍ତ ସରକଳ୍ପ ଗୁଡିକୁ ଦେଖିବା ସହ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହିତ କରିଥିଲେ। ସେହି ପରି ଚଳିତ ବର୍ଷ ବିଜ୍ଞାନ ମେଳାରେ ଝରିଗାଁ ବ୍ଳକ ର ୮୮ ଟି ବିଦ୍ୟାଳୟରୁ ୧୧୫ ଗୋଟି ପ୍ରକଳ୍ପ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିଦର୍ଶନ ହୋଇ ଥିଲା । ସେହି ପରି ୧୯୨ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁଗାପ୍ରସାଦ ମାଝୀ ଜିଲ୍ଲା ପରିଷଦ ସଭ୍ୟା ଯମୁଣା ଗଣ୍ଡ ,ପ୍ରମିଳା ପୂଜାରୀ, ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ବିଚାରକ ଭାବେ କଲେ ଗାଁ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଶ୍ଵନାଥ ସାହୁ ଏବଂ କୁସୁମୀ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀକାନ୍ତ ମାଝୀ, ବିଚାରକ ଭାବେ ଦାଇତ୍ଵ ତୁଲାଇଥିଲେ।ନବରଙ୍ଗପୁର ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ୭ଟି ପ୍ରକଳ୍ପ ମନୋନୀତ ହୋଇଥିଲେ। ଶେଷରେ ସିଆରସିସି କ୍ଷେମା ହରିଜନ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ସିଆରସିସି ଏବ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହ ଯୋଗ ଦେଇଥିଲେ।