ବୈଦିକ ପଣ୍ଡିତ ଡ଼. ଶିବ ଶଙ୍କର ଜୀଙ୍କର ଅକାଳ ବିୟୋଗ |
ବରଗଡ଼, ୦୨/୧୧ ( ଆଶିଷ କୁମାର ଭୋଇ ) : ଡ଼. ଶିବ ଶଙ୍କର ଶାସ୍ତ୍ରୀ ବୈଦିକ ଏବଂ ସଂସ୍କୃତ ବାଙମୟର ପ୍ରମୁଖ ବିଦ୍ୱାନ ମହର୍ଷି ଦୟାନନ୍ଦ ସରସ୍ବତୀ ସିଦ୍ଧାନ୍ତ ର ପ୍ରଚାରକ, ଗୁରୁକୁଳର ସଂରକ୍ଷକ, ସମ୍ବର୍ଦ୍ଧକ ତଥା ବୈଦିକ ସଂସ୍କୃତି, ସଭ୍ୟତା ର ପ୍ରଚାର ପ୍ରସାର ପାଇଁ ସବୁବେଳେ ସମର୍ପିତ, ସଂସ୍କୃତ ର ଜଣେ ଶ୍ରେଷ୍ଠ କବି ଏବଂ ଏକ ଆଦର୍ଶ ବ୍ୟକ୍ତି ଥିଲେ l ଗାୟକ, ବାୟକ ଏବଂ ବିଭିନ୍ନ କଳାରେ ନିପୁଣ ସରଳ ତଥା ସହଜ ବ୍ୟକ୍ତିତ୍ୱର ଅଧିକାରୀ ଡ଼. ଶିବ ଶଙ୍କର ଶାସ୍ତ୍ରୀ ମହୋଦୟ 1 ଡ଼ିସେମ୍ବର 2025 ରେ ଏକ ଦୁଃଖଦ ଦୁର୍ଘଟଣାରେ ଇହଲୀଳା ସମ୍ବରଣ କଲେ l ସେ ବରଗଡ଼ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗପୁର ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ l ସେ ଆର୍ଯ୍ୟ ସମାଜର ପ୍ରେରଣାରେ ଉତ୍ତର ପ୍ରଦେଶ ରାଜ୍ୟର ମେରଠ ଜିଲ୍ଲା ସ୍ଥିତ ଗୁରୁକୁଳ ପ୍ରଭାତ ଆଶ୍ରମ, ଭୋଳା ମେରଠର ଶ୍ରୋତ୍ରିୟ ବ୍ରହ୍ମନିଷ୍ଠ ଆଚାର୍ଯ୍ୟ ପୂଜ୍ୟ ସ୍ୱାମୀ ବିବେକାନନ୍ଦ ସରସ୍ବତୀଙ୍କ ଆଚାର୍ଯ୍ୟତ୍ତ୍ୱ ରେ ବେଦ ବେଦାଙ୍ଗ ଆଦି ଶାସ୍ତ୍ର ଅଧ୍ୟୟନ କରିଥିଲେ l ତାଙ୍କୁ ସମ୍ପୂର୍ଣ ଯଜୁର୍ବେଦ ତଥା ଗୀତା ଆଦି ଅନେକ ଶାସ୍ତ୍ର କଣ୍ଠସ୍ଥ ଥିଲା l ବାଲ୍ୟକାଳରୁ ହିଁ ପରମାତ୍ମା ଆପଣଙ୍କୁ ଗାୟନ, ବାଦନ, କବିତ୍ଵ ଆଦି କଳାର ଅପ୍ରତିମ ପ୍ରତିଭା ପ୍ରଦାନ କରିଥିଲେ l ଆପଣ ସଂସ୍କୃତର ଅନେକ ଶ୍ରେଷ୍ଠ ସଂଗୀତର ରଚୟିତା, ଅନେକ ବୈଦିକ ନାଟକ ତଥା କାବ୍ୟର ପ୍ରଣେତା ଥିଲେ l ଆର୍ଯ୍ୟ ସମାଜ ଦିଲ୍ଲୀ, ଛାତିଶଗଡ, ଓଡିଶା ଆଦି ଉପଖଣ୍ଡରେ ଆପଣ ବୈଦିକ ସଂସ୍କାର ତଥା ବୈଦିକ ସଂସ୍କୃତି ସଭ୍ୟତାର ପ୍ରଚାର ପ୍ରସାର ରେ ସଂଶ୍ଲିଷ୍ଟ ରହିଥିଲେ l ଆପଣଙ୍କ ଜୀବନ କେନ୍ଦ୍ରୀୟ ବିଦ୍ୟାଳୟ ରେ ଏକ ସଂସ୍କୃତ ଅଧ୍ୟାପକ ରୂପରେ ବ୍ୟତୀତ ହୋଇଥିଲା l ଅବସର ପରେ ଆପଣ ସମ୍ପୂର୍ଣ ରୂପରେ ଆର୍ଯ୍ୟ ସମାଜ, ଗୁରୁକୁଳ ନବପ୍ରଭାତ ବୈଦିକ ପୀଠ, ଗୁରୁକୁଳ ପ୍ରଭାତ ଆଶ୍ରମ ମେରଠ ଆଦି ସଂସ୍ଥାମାନଙ୍କୁ ଯାଇ ଅଧ୍ୟାପନ, ପ୍ରବଚନ, ବେଦପାଠ ଆଦି ର ପ୍ରଶିକ୍ଷଣରେ ରହିଥିଲେ l ଓଡିଶାର ପ୍ରତିଷ୍ଠିତ ବୈଦିକ ବିଦ୍ୱାନଙ୍କ ଆସାମୟିକ ନିଧନ ଆପଣଙ୍କ ପରିବାରର ସଦସ୍ୟ, ଆର୍ଯ୍ୟ ଜଗତ, ଗୁରୁକୁଳ ପ୍ରଭାତ ଆଶ୍ରମ, ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ ବରଗଡ, ଓଡିଶା ଆଦି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ l ଆପଣଙ୍କ ଅନ୍ତିମ ସତ୍କାର ଆପଣଙ୍କ ପୈତୃକ ଗ୍ରାମରେ ଗୁରୁକୁଳ ନବପ୍ରଭାତ ବୈଦିକ ପୀଠର ଆଚାର୍ଯ୍ୟ ଆଚାର୍ଯାଗଣ, ବ୍ରହ୍ମଚାରୀ ମାନଙ୍କ ଏବଂ ଆର୍ଯ୍ୟ ସଜ୍ଜନ ତଥା ପରିବାରର ସଦସ୍ୟମାନଙ୍କ ସାନ୍ନିଧ୍ୟରେ ବୈଦିକ ପରମ୍ପରା ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା l ପରମାତ୍ମାଙ୍କ ନିକଟରେ ପ୍ରାର୍ଥନା ଯେ, ଆପଣଙ୍କ ସ୍ବର୍ଗତ ଆତ୍ମାକୁ ନିଜ ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ ତଥା ପରମ ଶାନ୍ତି ପ୍ରଦାନ କରନ୍ତୁ l ପରିବାରର ସଦସ୍ୟମାନଙ୍କୁ ଏହି ଦାରୁଣ ଦୁଃଖ ସହନ କରିବା ପାଇଁ ସାମର୍ଥ୍ୟ ଏବଂ ଧୈର୍ଯ୍ୟ ପ୍ରଦାନ କରନ୍ତୁ l
ଶୋକାକୁଳ,
ସମସ୍ତ ନବପ୍ରଭାତ ଗୁରୁକୁଲ ପରିବାର ବର୍ଗ l
ବରଗଡ ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ