ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୫ ପାଳିତ ।
କନ୍ଧମାଳ, ୦୩/୧୨ (ଅଚ୍ୟୁତ ଜାନୀ) : ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୫ ପାଳନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ଅକ୍ଷୟ କୁମାର ସାହୁ, ଉପଜିଲ୍ଲାପାଳ,ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ଵାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଫୁଲବାଣୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ର ସଭାପତି, ଓଡ଼ିଶା ବିକଳାଙ୍ଗ ମଞ୍ଚ ଶ୍ରୀ ରାଜ କିଶୋର ଦିଗାଲ, ସମ୍ପାଦକ, ବିକଳାଙ୍ଗ ମଞ୍ଚ କନ୍ଧମାଳ ଜିଲ୍ଲା ଶାଖା ଶ୍ରୀ ଅଜୟ ମୁଠାମାଝୀ ଯୋଗ ଦେଇଥିଲେ । ବନବାସୀ ସେବା ସମିତିର ଛାତ୍ରଛାତ୍ରୀବୃନ୍ଦ ଆବାହନୀ ସଙ୍ଗୀତ ପରିବେଷଣ କରିଥିବା ବେଳେ ଭିନ୍ନକ୍ଷମମାନଙ୍କ ଦ୍ଵାରା ବିଭିନ୍ନ ମନମୁଗ୍ଧକର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅତିଥିମାନଙ୍କ ଦ୍ଵାରା ଜିଲ୍ଲା ପାଇଁ ଗୌରବ ଆଣିଥିବା ବିଭିନ୍ନ ଭିନ୍ନକ୍ଷମ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ସହ ହିତାଧିକାରୀ ମାନଙ୍କୁ ପ୍ରୋତ୍ସାହନ ରାଶି ତଥା ଭତ୍ତା ବଣ୍ଟନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ, ବନବାସୀ ସେବା ସମିତି ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଏନଜିଓର କର୍ମକର୍ତ୍ତା , ଛାତ୍ରଛାତ୍ରୀ, ହିତାଧିକାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।