Hot Posts

6/recent/ticker-posts

ରମାଦେବୀଙ୍କ ବାର୍ତ୍ତା ଜନମାନସରେ ଉଜ୍ଜୀବିତ

ବରୀ, ୦୪/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ୍ ଅଧୀନ ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବୁଧବାର ମା’ ରମ ରମାଦେବୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶୋଭନୀୟ ଆନ୍ଦୋଳନର ଆନ୍ତର୍ଜାତିକ ନିର୍ଦ୍ଦେଶିକା ଅରୁନ୍ଧତୀ ଦେବୀ ଯୋଗଦେଇ କହିଥିଲେ, ରମାଦେବୀ ଦୀର୍ଘଦିନ ବରୀ ଅଞ୍ଚଳରେ ରହି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଗରିବ ଲୋକଙ୍କ ସେବା କରିଥିଲେ। ଏଥିସହିତ ସେ ସ୍ବାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରି ଯେଉଁ ବାର୍ଭା ଛାଡ଼ି ଯାଇଛନ୍ତି ତାହା ଆଜି ବି ଜନମାନସରେ ଉଜ୍ଜୀବିତ ହୋଇରହିଛି। ସମ୍ମାନିତ ଅତିଥ୍ ଭାବେ ବରୀ ସରପଞ୍ଚ ସୋନାଲି ସିଂ, କୁଳମଣି ଶୁକ୍ଳ ଓ ଶ୍ୟାମଳୀ ପତି ଯୋଗଦେଇ ରାମଦେବୀଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ଗୋପବନ୍ଧୁ ରମାଦେବୀ ଆଶ୍ରମର ଉପସଭାପତି ପ୍ରଭାସ ଚନ୍ଦ୍ର ଦାସ ଅତିଥ୍ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଗୋପୀନାଥ ଦାସ ଓ ସାଥୀମାନେ ଗାନ୍ଧୀ ଭଜନ ପରିବେଷଣ କରିଥିଲେ। ଯାଜପୁର ଜିଲାରେ ବିଭିନ୍ନ କ୍ଷେତ୍ରରେ ବରୀ ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ରମାଦେବୀଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥ୍ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଯଥା ; ଆନନ୍ଦ ଚନ୍ଦ୍ର ଦାସ, ସାମାଜିକ କର୍ମୀ ସେକ୍ ଅବଦୁଲ ସଫିକ, ଅଦ୍ଵୈତ ସାମଲ, ଲ, ନକୁଳ ଦାସ, ବୃନ୍ଦାବନ ସାମଲ, ଗୋମତି ପଣ୍ଡା, ବାବାଜୀ ଦାସ, ଭାରତୀ ଘୋଷ ଓ ଉମାକାନ୍ତ ବଳ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା। ଆଶ୍ରମର ସମ୍ପାଦକ ନିମାଇଁ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁବାସ ଚନ୍ଦ୍ର ନାୟକ, ଅଭିରାମ ମଲ୍ଲ, ସ୍ମିତା ସାମଲ, ମାଧବ ଶ୍ୟାନ୍ତିଙ୍କ ସମେତ ଅନୁଷ୍ଠାନର ସଭ୍ୟାସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଜୟନ୍ତୀ ଉତ୍ସବ ଅବସରରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଆଶ୍ରମ ତରଫରୁ ସୂଚନା ଦିଆଯାଇଥିଲା। ରମାକାନ୍ତ ମଣ୍ଡଳ ଧନ୍ୟବାଦ ଦେଇଥିଲେ।