ପଦ୍ମପୁର/ପାଇକମାଳ, ୦୧/୧୨ ( କୃଷ୍ଣ ଚନ୍ଦ୍ର ସାହୁ ) : ପଦ୍ମପୁର ସବ ଡ଼ିଭିଜନ ଅନ୍ତର୍ଗତ ପାଇକମାଳ ବ୍ଲକ ର ଟେମରୀ ଗ୍ରାମ ପଞ୍ଚାୟତ ରେ ଦେଖା ଦେଇଛି ଏକ ଅଭିନବ ଖୁସିର ଲହରୀ।ଯେଉଁଠି ଦିନ ତମାମ ଖଟି ଖଟି ନିଜର ଝାଳବୁହା ପରିଶ୍ରମ କରି ଦି ମୁଠା ଖାଇବାକୁ କଠିନ ପରିଶ୍ରମ କରନ୍ତି।ପେଟ ପୋଷିବା ପାଇଁ ଦୈନିକ କୁଲି ମଜୁରୀ କରି ନିଜ ପରିବାର ପରିପୋଷଣ ପାଇଁ ବହୁ କଷ୍ଟରେ ଜୀବିକା ନିର୍ବାହ କରି ନିଜ ପିଲାଛୁଆ ଭବିଷ୍ୟତ ପାଇଁ ଦିନ ତମାମ କାର୍ଯ୍ୟ କରନ୍ତି ଆଜି ସେମାନଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି।ସଂକୀର୍ତ୍ତନ ଗୀତ ସହ ପଞ୍ଚବାଦ୍ୟ ଗଣ୍ଡା ବଜାରେ ହରିବୋଲ ହୁଳହୁଳିରେ ସାରା ଗାଁ ପରିଭ୍ରମଣ କରି ସେ ଖୁସିର ଲହରୀ ମନାଇଛନ୍ତି ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା (ମନରେଗା) ଶ୍ରମିକ ମାନେ।ପୂର୍ବରୁ ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ବର୍ଷକୁ ୧୦୦ ଦିନ କାର୍ଯ୍ୟ ଦିବସ ଓ ଟ୨୭୩ଙ୍କା ଦୈନିକ ମଜୁରୀ ଦେଉଥିବା ବେଳେ ବର୍ତ୍ତମାନ ବିଜେପି ମୋହନ ମାଝୀ ଡବଲ ଇଞ୍ଜିନ ସରକାର ଏହି ଯୋଜନାରେ କାର୍ଯ୍ୟ ଦିବସ କୁ ବୃଦ୍ଧି କରି ବର୍ଷକୁ ୩୦୦ ଦିନ କାର୍ଯ୍ୟ ଦିବସ ଓ ଦୈନିକ ମଜୁରୀ ଟ୩୭୧ଙ୍କା ବୃଦ୍ଧି କରିଛନ୍ତି।ଏହି ମନରେଗା ଯୋଜନାରେ କେବଳ ଦାଦନ ପ୍ରବଣ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବା ପାଇଁ ସରକାର ପଦକ୍ଷେପ ନେଇଥିବା ବେଳେ ଏହା ୨୦୨୫ ଡିସେମ୍ବର ମାସ ୧ ତାରିଖ ରୁ ମନରେଗା ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯିବା ନେଇ ସରକାର ଘୋଷଣା କରିଛନ୍ତି।ବରଗଡ଼ ଜିଲ୍ଲାର ପଦ୍ମପୁର ସବଡ଼ିଭିଜନ ର ଗାଇସିଲେଟ,ଝାରବନ୍ଧ ଓ ପାଇକମାଳ ବ୍ଲକରେ କାର୍ଯ୍ୟକାରି ହେଉଥିବାରୁ ଖୁସି ମନାଇଛନ୍ତି ମନରେଗା ଶ୍ରମିକ।ଆଜି ଏ ନେଇ ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ମନରେଗା ଶ୍ରମିକ ମାନେ କରିଛନ୍ତି ଅଭିନବ ସେଲିବ୍ରେସନ୍।ଟେମରୀ ଗ୍ରାମ ପଞ୍ଚାୟତର ମନରେଗା ଶ୍ରମିକ ମାନେ ଏକ ଭବ୍ୟ ସମାରୋହ କରି ପଞ୍ଚବାଦ୍ୟ ଗଣ୍ଡା ବଜା ସହ ସଂର୍ତ୍ତତନ୍ୟ ଦଳ,ହରିବୋଲ ହୁଳହୁଳି ସହ ଗ୍ରାମ ପରିଭ୍ରମଣ କରି ଆନନ୍ଦ ଉଲ୍ଲାସରେ ଉତଫୁଲିତ ହୋଇ ମନାଇଛନ୍ତି ଖୁସିର ଲହରୀ।ସୂଚନା ଯୋଗ୍ୟ ଯେ:- ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ୧୦୦ ଦିନ କାର୍ଯ୍ୟ ଦିବସ ଓ ଦୈନିକ ମଜୁରୀ ଶ୍ରମିକ ମାନଙ୍କୁ ସମୁଦ୍ରକୁ ଶଙ୍ଖେପଣା ହେଉଥିବାରୁ ପରିବାର ପରିପୋଷଣ କରିବା କଷ୍ଟକର ବ୍ୟାପାର ସାଜିଥିଲା।ଏହି ଯୋଜନାରେ ଶ୍ରମିକ ଦିବସ ବୃଦ୍ଧି ଓ ଦୈନିକ ମଜୁରୀ ବୃଦ୍ଧି କରିବାକୁ ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଲୀପ ବେହେରା ବିଗତ ଦିନରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ଦେବା ସହ ଆଲୋଚନା କରିଥିଲେ।ଯାହାକି ବିଭିନ୍ନ ଇଲୋକ୍ଟ୍ରନିକ ଓ ପ୍ରିଣ୍ଟ ମିଡିଆ ରେ ପ୍ରକାଶିତ ହୋଇଥିଲା।ରାଜ୍ୟ ସରକାର ଏହି ମନରେଗା ଯୋଜନାରେ କାର୍ଯ୍ୟ ଦିବସ ଓ ମଜୁରୀ ବୃଦ୍ଧି କରି ଡିସେମ୍ବର ମାସ ୧ ତାରିଖ ରୁ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିଥିବାରୁ ରାଜ୍ୟ ବିଜେପି ଡବଲ ଇଞ୍ଜିନ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ମନରେଗା ଶ୍ରମିକ ଓ ଅଞ୍ଚଳବାସୀ ଧନ୍ୟବାଦ ପ୍ରଦାନ କରି ଖୁସି ମନାଇ ନାରାବାଜି କରିଛନ୍ତି।ସରପଞ୍ଚ ଦିଲ୍ଲୀପ ବେହେରା ଙ୍କୁ ମଧ୍ୟ ଶ୍ରମିକ ମାନେ ସମ୍ବର୍ଦ୍ଧନା ଜ୍ଞାପନ କରି ଏକ ଶୋଭାଯାତ୍ରାରେ ଗାଁ ପରିଭ୍ରମଣ କରାଇଛନ୍ତି।ମନରେଗା ଶ୍ରମିକ ମାନେ ସେଲିବ୍ରେସନ ମନାଇ ଥିବାରୁ ଘଟଣାଟି ଅଞ୍ଚଳରେ ଏକ ଖୁସି ର ବାତାବରଣ ସୃଷ୍ଟି କରିଛି।ମନରେଗା ଶ୍ରମିକ ଗୁଣମଣି ହଂସ,ଲିଙ୍ଗରାଜ ବାରିକ,ଉପେନ୍ଦ୍ର ବରିହା, ଦୟାନିଧି ବରିହା ସମେତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ ବେହେରା ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଛନ୍ତି। ପାଇକମାଳ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ମଧ୍ୟ ସରକାରଙ୍କ ଦୈନିକ ମଜୁରୀ ଓ ଶ୍ରମ ଦିବସ ବୃଦ୍ଧି କରିଥିବାରୁ ପାଇକମାଳ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଶ୍ରମିକ ମାନଙ୍କ ଆନନ୍ଦ ଉତ୍ସାହ ଉନ୍ମାଦନା ଖୁସି ମନାଇ ଥିବାରୁ ଶ୍ରମିକ ମାନଙ୍କୁ ପ୍ରଂଶସା କରିବା ସହ ସରକାରଙ୍କ ଯୋଜନାର ସଫଳତା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହା ପାଇକମାଳ ବ୍ଲକ ସମସ୍ତ ଗ୍ରାମ ପଞ୍ଚାୟତ ରେ ପ୍ରତିଫଳନ ହେଉଛି ବୋଲି କହିଛନ୍ତି।
ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ
