Hot Posts

6/recent/ticker-posts

ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ବିଶ୍ଵ ଏଡ୍‌ସ ସଚେତନତା ଦିବସ ପାଳିତ

ଗାଇସିଲେଟ, ୦୨/୧୨ ( ଭାଗିରଥି ଭୋଇ ) : ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ ପକ୍ଷରୁ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଛି । ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁକ୍ତ ତିନି କାଉନସେଲର ଅଧ୍ୟାପିକା ନମିତା ସାହୁ, ଅଧ୍ୟାପକ ଅରୁଣ କୁମାର ମୁନା, ଯୁକ୍ତ ଦୁଇ କାଉନସେଲର ପ୍ରତୀକ୍ଷା ଡନସନା, ହେମନ୍ତ କୁମାର ପଣ୍ଡା ମଞ୍ଚାସୀନ ଥିଲେ । ଯୁକ୍ତ ଦୁଇ କାଉନସେଲର ପ୍ରତୀକ୍ଷା ଡନସନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡା.ଅମିତ ଦାଶ ଯୋଗଦେଇ ଏଡ୍‌ସ ରୋଗର ଲକ୍ଷଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବରେ ସୁନିଲ କୁମାର ଦାଶ ଯୋଗଦାନ କରିଥିଲେ । .ଅଧ୍ୟକ୍ଷ ଙ୍କ ଅଭିଭାଷଣରେ ବେଳ ଥାଉ ଥାଉ ସାବଧାନ ରହିବା ପାଇଁ ୟୁଥ୍ ରେଡକ୍ରସ ସ୍ୱେଚ୍ଛାସେବୀ ସେବିକା ମାନଙ୍କୁ ସଚେତନ କରାଇଥିଲେ । କାଉନସେଲର ତଥା ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାବିଦ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଡାକ୍ତରଖାନା , ବସଷ୍ଟାଣ୍ଡ ଦେଇ ସହୀଦ ଛକ ପରିକ୍ରମା କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ପ୍ରାଧ୍ୟାପକ ପ୍ରଦୀପ କୁମାର ପଧାନ , ସୁଶାନ୍ତ କୁମାର ନାୟକ, ଅଧ୍ୟାପିକା ବୀଣାପାଣି ତାଣ୍ଡି, ସୋନାଲିକା ସାହୁ , ପ୍ରଭାସିନୀ ସାହୁ ଯୋଗଦାନ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା ନମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ସଭା ସାଙ୍ଗ କରାଯାଇଥିଲା ।



 ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ