ଅଳିଆ ଆବର୍ଜନାରେ ପୂର୍ଣ୍ଣ ଭେଜପୂଟ
କୋରାପୁଟ, ୦୨/୧୨ ( ରଜତ ବାଘ ) : ଦାମନଯୋଡି ସ୍ଥିତ ଭେଜପୁଟ ବଜାର ବର୍ତ୍ତମାନ୍ ଅଳିଆ ଆବର୍ଜନାରେ ପୂର୍ଣ୍ଣ। କୌଣସି ଉପାୟ ନ ପାଇ ଲୋକେ ରାସ୍ତା କଡ଼ରେ ଆବର୍ଜନା ଫାପଡ଼ିବାକୁ ବାଧ୍ୟ ହେଉଛନ୍ତି । ଲୋକଙ୍କ ସୂତ୍ରରୁ ଜଣାପଡିଛି ଯେ ସେମିଳିଗୁଡା ବ୍ଲକ୍ ଅନ୍ତର୍ଗତ ଚାରଙ୍ଗୁଲ ଗ୍ରାମ ପଞ୍ଚାୟତ ନିକଟରେ ଭେଜପୁଟ ସହର ଅବସ୍ତିତ । ଅଳିଆ ଆବର୍ଜନା ପରିଷ୍କାର କରିବା ପାଇଁ ଦୁଇ ଗୋଟି ବ୍ୟାଟେରୀ ଗାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ଗତ ଦୁଇ ବର୍ଷ ତଳେ ଅଣା ଗଲା, କିନ୍ତୁ ଦୁଃଖର ବିଷୟ ଯେ, ଗାଡ଼ି ନିର୍ଦ୍ଧିଷ୍ଟ କାର୍ଯ୍ୟରେ ବ୍ୟବହାର କରିବା ବଦଳେ ଲକ୍ଷାଧିକ ଟଙ୍କାର ସମ୍ପତି, ପଞ୍ଚାୟତ କାର୍ଯ୍ୟାଳୟରେ ଖତ ଖାଉଛି । ଏଥି ପାଇଁ କିଏ ଦାୟୀ। ଯଥା ଶୀଘ୍ର ଗାଡ଼ି ସଜାଡ଼ି କାର୍ଯ୍ୟରେ ଲଗାଇବାକୁ ଜନସାଧାରଣ ଅଭିଯୋଗ କରିଛନ୍ତି।
କୋରାପୁଟ ଜିଲ୍ଲାରୁ ରଜତ ବାଘଙ୍କ ରିପୋର୍ଟ୍ ନବଦୂତ ନ୍ୟୁଜ ଓଡ଼ିଶା।