ରାୟଗଡା, ୦୪/୧୨ ( ଭି. ଗୌରି ଶଙ୍କର ରାଓ ) : ଆଜି ତା ୪/୧୨/୨୦୨୫ ରିଖ ଗୁରୁବାର ଦିନ ଘ ୧୧:୩୦ ମି ସମୟରେ ସ୍ଥାନୀୟ ଗାନ୍ଧି ପାର୍କ ଠାର ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ସଂଘ ର ସଭାପତି ଶ୍ରୀ ନିରଜଂନ ପାତ୍ର ଅଧ୍ଯକ୍ଷତା କରିଥିଲେ ବେଳେ। ଜିଲ୍ଲା ସମ୍ପାଦକ ଶ୍ରୀ ଖଗେଶ୍ୱର ସିଙ୍ଗ୍ ବିଗତ ବୈଠକ ର ବିବରଣୀ ପାଠ କରିଥିଲେ। ଗତ ତା ୨୦/୧୧/୨୦୨୫ ରିଖ ଦିନ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ମନମୂଖି କାର୍ଯ୍ଯକଳାପ ଏବଂ ନିର୍ମାଣ ଶ୍ରମିକ ଙ୍କ ଉପରେ ହେଉଥିବା ଅନ୍ଯାୟ ଅତ୍ଯାଚାର ବିରୁଦ୍ଧ ରେ ଏକ ୧୪ ଦିନିଆ ଆନ୍ଦୋଳନ ନଟିସ୍ ମାନନୀୟ ଜିଲ୍ଲା ପାଳ ରାୟଗଡ଼ ଏସିପି ରାୟଗଡ଼ ସମେତ ମୁଖ୍ୟ ମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ, କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଣଦେଖା କରି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ, ଆଜି ର ଏହି ବୈଠକ ରେ ଜିଲ୍ଲା ପ୍ରଶାସନ ନିରବତା ଓ ହୋଗ୍ୟାନହ କୁ ଦୃଢ ବିରୋଧ କରି ବା ସହ ଚଳିତ ମାସ ଆସନ୍ତା ତା ୧୭/୧୨/୨୦୨୫ ରିଖ ବୁଧବାର ଦିନ ଗାନ୍ଧୀ ପାର୍କ ଠାରୁ ଏକ ସଭା ଯାତ୍ରା ରେ ବହାରି ଜିଲ୍ଲା ଶ୍ରମ କାର୍ଯ୍ଯାଳୟରେ ଠାରେ ପ୍ରତିକ ଆନ୍ଦୋଳନ କରିବା ସମ୍ପର୍କେ ନିଷ୍ପତ୍ତି ନିଆଯାଥିବା ଜଣାପଡିଛି ,ବୈଠକ ରେ ସଭାପତି ନିରଂଜନ ପାତ୍ର , ସମ୍ପାଦକ ଖଗେଶ୍ବର ସିଂହ, କଷାଦକ୍ଷ ଗଣେଶ ହିମିର, ଫକିର କଣ୍ଟା, ସ୍ବାମକରଣ ଅର୍ଜୁନ, ଗଜେନ୍ଦ୍ର ଗୋଉଡ, ଅଜୟ ବେନିଆ , ପ୍ରମୁଖ ଉପସ୍ଥିତ ରହି ଥିଲେ ।
ଜିଲ୍ଲା ପ୍ରତିନିଧି ଗୈରିଶଙ୍କ ରାଓ ଙ୍କ ରିପୋର୍ଟ ନବଦୂତ ମିଡ଼ିଆ
।

