Hot Posts

6/recent/ticker-posts

୩୩ତମ ସାମୁହିକ ମାଣବସା ମହାଲକ୍ଷ୍ମୀ ପୂଜା

ସିନାପାଲି, ୦୪/୧୨ (ଶୋଭାରାମ ମହାନନ୍ଦ) : ଲକ୍ଷ୍ମୀ ପୁରାଣକୁ ପାଥେୟ କରି ମାର୍ଗଶିର ମାସରେ ପ୍ରତ୍ୟେକ ଗ୍ରାମର ଘରେ ଘରେ ମହାଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରୁଥିବା ବେଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗ୍ରାମରେ ମଧ୍ୟ ୩୩ତମ ସାମୁହିକ ମା ମହାଲକ୍ଷ୍ମୀଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାର୍ଗଶିର ଶୁକ୍ଳପକ୍ଷ ଏକାଦଶୀ ସୋମବାର ଦିନ ଠାରୁ ଚତୁର୍ଦ୍ଦଶୀ ଗୁରୁବାର ଦିନ ପର୍ଯ୍ୟନ୍ତ ଗ୍ରାମର ତିନି ଛକ ପ୍ରାଙ୍ଗଣରେ ଏହି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଗତ ସୋମବାର ଦିନ ସନ୍ଧ୍ୟା ସମୟରେ ସ୍ଥାନୀୟ ବନ୍ଧରୁ କଳସ ଯାତ୍ରା ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ସହ ଗାଁ ପରିକ୍ରମା କରି ସମସ୍ତ ଦେବା ଦେବୀଙ୍କୁ ଆବାହନ କାର୍ଯ୍ୟ କରି ଅଧିବାସ କରାଯାଇଥିଲା। ଏହି ସାମୁହିକ ମାଣବସା ମହାଲକ୍ଷ୍ମୀ ପୂଜାରେ ନିଲରାଜ୍ ସିଂ ମାଝୀ ଏବଂ ତାଙ୍କର ଧର୍ମ ପତ୍ନୀ ମିନା କୁମାରୀ ମାଝୀ କର୍ତ୍ତା ରୂପରେ ଗାଁ ରୁ ପ୍ରତିନିଧିତ୍ଵ କରୁଥିବା ବେଳେ ଜାନକୀ ପ୍ରସାଦ ସୂପକାର ଏବଂ ତାଙ୍କର ସାଥୀ ଟୁନା ପତି, ମାଣିକ୍ୟ ଚନ୍ଦ୍ର ସୂପକାର ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ପୂଜକ ଭାବେ ପରିଚାଳନା କରୁଛନ୍ତି। ଏହି ସାମୁହିକ ମା ମହାଲକ୍ଷ୍ମୀଙ୍କ ପୂଜାରେ ସଭାପତି ସୁବାଷଚନ୍ଦ୍ର ମାଝୀ, ଉପସଭାପତି ବାସୁଦେବ ପୁଞ୍ଜି, ସଂପାଦକ ମନସଦନ ମାଝୀ, ସହ ସଂପାଦକ ଜଗବନ୍ଧୁ ମେହେର, କୋଷାଧ୍ୟକ୍ଷ ତୁଲାରାମ ବାଗ, ଗୋମତୀ ମାଝୀ, ରୁକ୍ମଣୀ ମାଝୀ, ଭବାନୀ ମାଝୀ, ମଧୁ ମାଝି, ତୁଳସୀ ରାମ ମାଝି, ଖଗେଶ୍ବର ମାଝୀ ଓ ପଦ୍ମନାଭ ସା ସହ ଗ୍ରାମର ଶତାଧିକ ଜନସାଧାରଣ ସହଯୋଗ କରିଥିଲେ। ଏହି ସାମୁହିକ ମାଣବସା ମହାଲକ୍ଷ୍ମୀ ପୂଜା ଝାରବନ୍ଧ ଗ୍ରାମରେ ଚାରିଦିନ ଧରି ଜାକଜମକରେ ପାଳନ କରାଯାଇଥିଲା। ପ୍ରଥମ ସନ୍ଧ୍ୟା ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାର ମଖଣ୍ଡି ଗ୍ରାମର ନାଟକ "ଶତର ରହିଗଲା ପଥର ତଳେ" । ଦ୍ୱିତୀୟ ଦିନରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଳକ ର ତାଳପଦର୍ ଗ୍ରାମର ନାଟକ "ଧର୍ମ ଆଖିରୁ ଲୁହ ସରୁନି" ଏବଂ ଉଦଯାପନୀ ଦିନ କଳାହାଣ୍ଡି ଜିଲ୍ଲାର ରାଜପୁର ପୋଇଗୁଡା ଗ୍ରାମର ନାଟକ "ରାତି ପ୍ରସାଦ ର ପ୍ରେମ କାହାଣୀ" ମଞ୍ଚସ୍ଥ ହୋଇଥିଲା। ପ୍ରଥମ ଦିନ କଳସ ଯାତ୍ରାରେ ଛତିଶଗଡ଼ ରାଜ୍ୟ ଗୁରଜିଭଟା ଗ୍ରାମର ମହିଳା ସଂକୀର୍ତ୍ତନ ଦଳ ଯୋଗଦାନ କରି ଦର୍ଶକଙ୍କ ମନକୁ ଟାଣି ନେଇଥିଲା।