କନସିଂହା ସରକାରୀ ସତ୍ୟସେବା ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
ପଦ୍ମପୁର, ୦୧/୧୨ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କନସିଂହା ସତ୍ୟସେବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମିଶ୍ର ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି! ପ୍ରଧାନ ଶିକ୍ଷକ ଡ଼. ପ୍ରେମାନନ୍ଦ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାକର୍ଯ୍ୟ କୁ ଅରୁଣ କୁମାର ବଣିଆ ପରିଚାଳନା କରିଥିଲେ! ଚନ୍ଦନା ଚନ୍ଦ୍ରପ୍ରଭା ପଧାନ, ରୋଶନୀ ଦେହେରୀ, ଦଶରଥ ମହାନନ୍ଦ, ଜିତେନ୍ଦ୍ରିୟ ଗିଙ୍ଗରା, ବଳରାମ ଦେହେରୀ, ହରିହର ସାହୁ, ସଞ୍ଜୟ କୁମାର ଦେହେରୀ, ସୁଶାନ୍ତ ମେହେର, ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୁଷଣ ବାରିକ ସହଯୋଗ କରିଥିଲେ! ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ମାଖୁନୁ ସାହୁ ତଥା ବିରଞ୍ଚି ସାହୁ ଉପସ୍ଥିତ ଥିଲେ! ପ୍ରରିଶେଷରେ ସଂସ୍କୃତ ଶିକ୍ଷକ ହରିହର ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ! ସଭା ପରିଶେଷରେ ବାଜା ରୋଷଣୀ ସହିତ ସମସ୍ତ ଗ୍ରାମବାସୀ ଗୋଡ଼ଧୋଇ ଗ୍ରାମ ପରିକ୍ରମା କରି ତାଙ୍କ ପଦ୍ମପୁର ସ୍ଥିତ ବାସ ଭାବନକୁ ଛାଡ଼ିବାପାଇଁ ଯାଇଥିଲେ ll
ବରଗଡ ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ