Hot Posts

6/recent/ticker-posts

ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ

ବରୀ, ୦୪/୧୨ ( ରଂଜିତ ମହାନ୍ତି ) : ବରୀ ଶିକ୍ଷା ମଣ୍ଡଳ ଅଧୀନସ୍ତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରଠାରେ ଏକ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରକଳ୍ପ, ବିଜ୍ଞାନ ପ୍ରଦର୍ଶନ ଓ କୁଇଜ୍‌ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଉତ୍ସବରେ ମୁଖ୍ୟଅତିଥ୍ ଭାବେ ତହସିଲଦାର ଦିପ୍ତିମୟୀ ବେହେରା ଯୋଗ ଦେଇଥିଲେ। ଫକିର ମୋହନ ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. କୁମରବର ଦାସ ଅନ୍ୟତମ ଅତିଥ୍‌ ଭାବେ ଯୋଗ ଦେଇଥିବାବେଳେ ମଣ୍ଡଳ ଶିକ୍ଷାଧୂକାରୀ ପ୍ରତିଶ୍ରୁତି ସିଂ ଅଧ୍ଯକ୍ଷତା ଓ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପତି, ଇନ୍ଦ୍ରମଣି ନାୟକ, ପ୍ରମୋଦ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ମଣ୍ଡଳ ଶିକ୍ଷାଧୂକାରୀ ଜଳଧର ଖଟୁଆ, ସଂଯୁକ୍ତା ମିଶ୍ରଙ୍କ ସମେତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ବିଜ୍ଞାନ ଶିକ୍ଷକମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବରୀ ଶିକ୍ଷା ମଣ୍ଡଳର ସମସ୍ତ ସାଧନକେନ୍ଦ୍ର ସଂଯୋଜକ ଯୋଗଦେବା ସହିତ ପ୍ରକଳ୍ପ ପ୍ରଦର୍ଶନକୁ ପରିଚାଳନା କରିଥିଲେ। ବିଚାରପତି ଭାବେ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ନାରାୟଣ ଚନ୍ଦ୍ର ଶାସନି, ଅଧ୍ୟାପିକ ରାଜଲକ୍ଷ୍ମୀ ଦାସ, ସୀତାକାନ୍ତ ପଣ୍ଡା ଓ ନାରାୟଣ ମ ମଲିକ ଯୋଗ ଗ ଦେଇଥିଲେ। ଅଜୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ପରି ପରିଚାଳନା କମିଟି ସଭାପତି ନକୁଳ ଚରଣ ଦାସ ଓ କେଦାର ଚରଣ ସାମଲ କାର୍ଯ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।