ବିରେନ୍ଦ୍ର କୁମାର ମହାବିଦ୍ୟାଳୟ ଠାରେ ବିଶ୍ଵ ଏଡ୍ସ ସଚେତନତା ଦିବସ ପାଳିତ
ଗାଇସିଲେଟ, ୦୨/୧୧ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଠଉମାଲ ବିରେନ୍ଦ୍ର କୁମାର ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିବନ୍ କ୍ଲବ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଛି । ଅଧ୍ୟକ୍ଷା ଭାବନା ସେଠ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାଉନସିଲର ଧନେଶ୍ୱରୀ ବାରିକ ଓ ଅଧ୍ୟାପକ ଅଧ୍ୟାପିକା ସଭାରେ ମଞ୍ଚାସିନ ଥିଲେ କାଉନସିଲର ଧନେଶ୍ୱରୀ ବାରିକଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଏଡ଼ସ୍ ବିଷୟରେ ସଚେତନତା କରାଯାଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ପରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପରିଶେଷରେ ଅଧ୍ୟାପକ ପରେଶ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ll
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ