କୋରାପୁଟ, ୧୯/୧୨ (ରଜତ ବାଘ) : ଆଜି ଅଛି ମମତା ଦିବସ । ସେଣ୍ଟର ରେ ମିନତି ଚେଟି (ଏନ ଏମ ) ଉପସ୍ଥିତ ରହି ଚିକିତ୍ସା କରିବା କଥା ହେଲେ ନିଜ ଘର କାମରେ ବ୍ୟସ୍ତ । ଘଟଣାରୁ ପ୍ରକାଶ ଯେ, ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଚରଙ୍ଗୁଲ ଗ୍ରାମ ପଞ୍ଚାୟତ ନିକଟସ୍ତ ଭେଜାପୂଟ ଏନ୍ ଏମ ସେଣ୍ଟର ରେ ଅନେକ ଗର୍ଭ ବତି ମହିଳା ମାନେ ସକାଳ ଦସ ଘଣ୍ଟାରୁ ଆସି ଅପେକ୍ଷାରେ ଅଛନ୍ତି । ଅପେକ୍ଷା କରି କରି କିଛି ମହିଳା ଓ କିଶୋରୀ ଫେରିଗଲେ କିନ୍ତୁ ନିହାତି ଯେଉଁମାନଙ୍କ ଆବଶ୍ୟକତା ଅଛି ସେମାନେ ଅପେକ୍ଷାରେ ଅଛନ୍ତି । ହେଲେ ଏନ୍ ଏମ ଆସି ନାହାନ୍ତି। ମମତା ଦିବସରେ ସାଧାରଣତଃ କିଶୋରୀ ଓ ଗର୍ଭବତୀ ମହିଳାମାନଙ୍କ ରକ୍ତହୀନତା, ଓଜନ, ଏଵଂ, ବି ପି , ସୁଗର, ଭଳି ଅନ୍ୟାନ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥାଏ ଏଵଂ କେଉଁ ଖାଦ୍ୟ ପଦାର୍ଥ ଭଜନ କଲେ ପୃଷ୍ଠିକର ପଦାର୍ଥ ମିଳେ , ସେବିଷୟରେ ସଚେତନ କରା ଯାଏ । ଏନ୍ ଏମ ସେଣ୍ଟର୍ ଗୃହ ଆସୁମ୍ପୂର୍ଣ୍ଣ ଥିବାରୁ , ଅଙ୍ଗନୱାଡ଼ି କେନ୍ଦ୍ରରେ କାମ ଚାଲିଛି । ଗର୍ଭବତି ମହିଳାଙ୍କ ପ୍ରକାଶ କରିବା ଅନୁସାରେ ସେମାନେ ସକାଳ ଦଶ ଘଣ୍ଟାରୁ ଅପରାହ୍ନ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି, କିଛି ମହିଳା ନିରାଶ ହେଇ ନିଜ ନିଜ ଘରକୁ ଚାଲି ଗଲେ, ଏ ସମ୍ପର୍କରେ ମିନତି ଚେଟୀ (ଏନ୍ ଏମ ) କୁ ଫୋନ ଯୋଗେ ପଚାରିବାରୁ ଆଜି ମମତା ଦିବସ ଥିବା କଥା ସେ ଜାଣି ନାହାନ୍ତି କି କେହି ତାଙ୍କୁ ଅବଗତକରାଇ ନାହାନ୍ତି ଓ ତାଙ୍କ ପୂର୍ବ ଏନ୍ ଏମ କୌଣସି ଲିଷ୍ଟ୍ ତାଙ୍କୁ ହସ୍ତାନ୍ତର କରି ନ ଥିବାରୁ, ସେଣ୍ଟର୍ ନ ଯାଇ ଘରେ ଅଛନ୍ତି ବଲି କହିଥିଲେ । ହେଲେ ଘରେ ରହି କେମିତି ଦରମା ପାଉଛନ୍ତି ବଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି ଏବଂ ଏହି ଦିଗପ୍ରତି ସରକାର ଦୃଷ୍ଟି ଦେଇ ଠିକ୍ ସେବା ଜଗିବାକୁ ଭେଜାପୁଟ ନିବାସୀ ଅନୁରୋଧ କରିଛନ୍ତି ।
କୋରାପୁଟ ଜିଲ୍ଲାରୁ ରଜତ ବାଘଙ୍କ ରିପୋର୍ଟ୍ ନବଦୂତ ନିୟୁଜ ଓଡିଶା
