Hot Posts

6/recent/ticker-posts

ଲକ୍ଷ୍ମୀ ପୂଜା ଉପଲକ୍ଷେ ନରସିଂହପୁରରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ. ଅନ୍ତର୍ଗତ ନରସିଂହପୁର ଲକ୍ଷ୍ମୀପୂଜା କମିଟି ନାଟ୍ୟର ଦ୍ଵିତୀୟ ସଂକଳ୍ପ ପୂର୍ଣ୍ଣାହୁତି ଉପଲକ୍ଷେ ଷୋହଳ ପ୍ରହର ନାମଯଜ୍ଞ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଯାଇଛି । ଯଜ୍ଞ ପୂର୍ବ ଦିନ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଘଣ୍ଟ, ଶଙ୍ଖ, ହୁଳହୁଳି, ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ଏଥିରେ ଅନୁଷ୍ଠାନର ସଭାପତି ଘନଶ୍ୟାମ ରଣା ଓ ତାଙ୍କ ପତ୍ନୀ କୁମୁଦିନୀ ରଣା ଯଜ୍ଞକର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଗିରିଶ ଚନ୍ଦ୍ର ମିଶ୍ର ପୂଜାକାର୍ଯ୍ୟ ସଂପାଦନ କରୁଛନ୍ତି । ଅନୁଷ୍ଠାନ ର ସମ୍ପାଦକ ନାଥ ରଣା, ମେନେଜର ଧନମତ ରଣା ଓ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଛନ୍ତି ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ