Hot Posts

6/recent/ticker-posts

ସମସ୍ୟା ସୁଧାରିବାକୁ କ୍ଷେତ୍ର ବୁଲିଲେ ମୁଖ୍ୟଯନ୍ତ୍ରୀ

ବରୀ, ୨୯/୧୧ ( ରଂଜିତ ମହାନ୍ତି ) : ବରୀ ବ୍ଳକ ଅମଠପୁରଠାରେ ୧୯ଟି ୧୯ ଟି ଗ୍ରାମର ଦୁଇ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ପାଇଁ ସରକାରଙ୍କ ତରଫରୁ ନିର୍ମିତ ହୋଇଥ‌ିବା ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ହୋଇ ହୋଇପାରୁ ନଥିଲା। ନିର୍ମାଣ ସମୟରେ ବୈଷୟିକ ତ୍ରୁଟି ପାଇଁ ଜଳ ଯୋଗାଣ ସମସ୍ତ ଜମିକୁ ସମସ୍ତ ଜମିକୁ ହୋଇପାରି ନଥିଲା। ଚାଷୀମାନେ ଏହି ସମସ୍ୟା ନେଇ ବାରମ୍ବାର ମୁଖ୍ୟଯନ୍ତ୍ରୀ ତଥା ପ୍ରଶାସନିକ ଅଧିକାରୀମାନଙ୍କ ଦ୍ବାରସ୍ଥ ହେବା ସହିତ ଧାରଣା ମଧ୍ୟ ଦେଇଥିଲେ। ଶେଷରେ ସମସ୍ୟା ସମାଧାନ କରିବା ପାଇଁ ଆଜି ବିଭାଗୀ ଗୀୟ ମୁଖ୍ୟ ଯନ୍ତ୍ରୀ ମନୋଜ କୁମାର ବେହେରା, ା, ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ କୁମାର ଦଳବେହେରା ଓ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା ଏଲ୍ ଆଣ୍ଡ ଟିର କିଛି ବରିଷ୍ଠ ଅଧୂକାରୀ ଘଟଣା ସ୍ଥଳକୁ ଆସିଥିଲେ। ସମସ୍ତ ଅଞ୍ଚଳ ବୁଲି ଦେଖ‌ିବା ଖୁବା ସହିତ ଚାଷୀଙ୍କଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଶେଷରେ ଜଳ ଯୋଗାଣ Iଣ ପାଇଁ ମାଟି ବା ପାଇପ୍ରେ ତଳେ ବିଛା ଯାଇଥିବା ପାଇ ପ୍ରତି ୨.୫ଏ ୨.୫ ଏକରରେ ଗୋଟିଏ ମୁହାଣ ଖୋଲିବା ପାଇଁ ଯୋଜନା କରିଥିଲେ। ହା ହେବାଦ୍ବାରା ଉଚ୍ଚ ସ୍ଥାନରେ ଥିବା ଜମିଗୁଡ଼ିକୁ ସହଜରେ ପାଣି ମାଡ଼ି ପାରିବ ବୋଲି ଯନ୍ତ୍ରୀମାନେ କହିଛନ୍ତି। ଏହି କାର୍ଯ୍ୟ ଆସନ୍ତା ଜୁନ୍ ଦ୍ବିତୀୟ ତୀୟ ସପ୍ତାହ ସୁଦ୍ଧା ଶେଷ କରିବା ପାଇଁ ଇଁ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଛନ୍ତି । । ଅଞ୍ଚଳବାସୀଙ୍କ ପକ୍ଷରୁ ଭାଗିରଥୀ ଦାସ ମହାପାତ୍ର, କୁଳମଣି ଶୁକ୍ଳ ଉତ୍ତମ ଦାସ ନାସ, ବନ ବିହାରୀ ଦାସ, ଚନ୍ଦ୍ରଶେଖର ମହାନ୍ତି, କବିର ଦାସ, ମାଧବାନନ୍ଦ ଶାନ୍ତି, ପ୍ରଶାନ୍ତ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ରହି ସମସ୍ୟା ବିଷୟରେ ଅବଗତ କରାଇଥିଲେ ।