ପୌରର ପରବ ଉଦଯାପନ ଉତ୍ସବ।
ଜୟପୁର, ୨୮।୧୧ ( ଏ. ଭେଙ୍କଟ ରାଓ ) : ପୌର ସ୍ତରୀୟ ଗଣପର୍ବ ପରବ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ଦଶହରା ପଡିଆ ଠାରେ ଆୟୋଜିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ଉପ ଜିଲ୍ଲାପାଳ ଏ ସାଷ୍ୟ ରେଡ୍ଡୀ ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଉପାଧ୍ୟକ୍ଷା ବି ସୁନିତା ତହସିଲଦାର ସାବ୍ୟଶାଚି ଜେନା ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ବିଶିଷ୍ଟ ବ୍ୟବସାୟୀ ସଞ୍ଜୁ ଜୈନ ଏବଂ ପୌର ପରିଷଦ ର ପାରିଷଦ ପ୍ରମୁଖ ଉପସ୍ଥିତ ରହିଥିଲେ। ପରବ ଅବସରରେ ଆୟୋଜିତ ଖେଳ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ପୌର ପରିଷଦରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରି ମାନଙ୍କ ସହଯୋଗରେ ପରବ ୨୦୨୫ ଟି ସୁରୁଖୁରୁରେ ସମାପନ ହୋଇଥିଲା।