Hot Posts

6/recent/ticker-posts

ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ

ନବରଙ୍ଗପୁର,  ୨୭/୧୧ ( ଶେଖର ଖୁରା ) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ମାନ୍ୟବର ସାଂସଦ (ଲୋକସଭା ) ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଯୁଗ୍ମ ନିର୍ଦ୍ଦେଶକ (ପଞ୍ଚାୟତି ରାଜ) ବିମ୍ବାଧର ସେଠୀ,ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପାଢ଼ୀ,ମାନ୍ୟବର ସାଂସଦ ରାଜ୍ୟସଭା ପ୍ରତିନିଧି କାଜମ ମାଦାନି,ମାନ୍ୟବର ବିଧାୟକ ନବରଙ୍ଗପୁର ଙ୍କ ପ୍ରତିନିଧି ମୃତ୍ୟୁଞ୍ଜୟ ମହାରଣା,ମାନ୍ୟବର ବିଧାୟକ ଝରିଗାଁ ଙ୍କ ପ୍ରତିନିଧି ଗୋବିନ୍ଦ ଜୈନ ଉପସ୍ଥିତ ଥିଲେ। ବୈଠକରେ ପୌରପାଳିକା ନବରଙ୍ଗପୁର ଅଧ୍ୟକ୍ଷ କୁନୁ ନାୟକ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ଦିସା ସଦସ୍ୟ ଜଗଦୀଶ ବିଷୋୟୀ, ଝାଡେଶ୍ୱର୍ ଖାଡ଼ାଙ୍ଗା ଉପସ୍ଥିତ ଥିଲେ।ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ।ସ୍ଵାସ୍ଥ୍ୟ ବିଭାଗର ଆୟୁଷ୍ମାନ କାର୍ଡ ଓ ବୟୋବନ୍ଦନା କାର୍ଡ ବିତରଣ, ସିକିଲସେଲ, ଥାଲ ସେମିଆ,ମ୍ୟାଲେରିଆ ରୋଗ,ଉଚ୍ଚ ରକ୍ତଚାପ,ମଧୁମେହ , ଯକ୍ଷ୍ମା ରୋଗ ର ସ୍କ୍ରିନିଂ,ନିରାକରଣ ଓ ଔଷଧ ବ୍ୟବସ୍ଥା ଉପରେ ସି ଡି ଏମ ଓ ଗୃହରେ କହିଥିଲେ।ଜିଲ୍ଲାରେ ମୁଦ୍ରା ଯୋଜନାର ସଫଳ ରୂପାୟନ ଏବଂ ଯେଭଳି ଅନେକ ଯୁବକ ଯୁବତୀ ଏହାର ଲାଭ ଉଠାଇ ସ୍ୱାବଲମ୍ବୀ ହୋଇ ପାରିବେ ଏବଂ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଅଧିକ ସଂଖ୍ୟାରେ ପଞ୍ଜିକରଣ ଓ ଋଣ ପ୍ରଦାନ ଉପରେ ଗୁରୁତ୍ବ ଦେବାକୁ ମାନ୍ୟବର ସାଂସଦ କହିଥିଲେ।ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ଭାରତମାଲା ପ୍ରକଳ୍ପ ଅତିଶିଘ୍ର ସଂପୂର୍ଣ୍ଣ କରିବା ଏବଂ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀ ଙ୍କୁ ମାନ୍ୟବର ସାଂସଦ କହିଥିଲେ।ସେଭଳି ରେଲୱେ କାର୍ଯ୍ୟପାଇଁ ଜମି ଅଧିଗ୍ରହଣ,ଟେଣ୍ଡର କାର୍ଯ୍ୟ ଶୀଘ୍ର ପଦକ୍ଷେପ ଉପରେ ସାଂସଦ ଅଧିକ ଗୁରୁତ୍ବ ଦେଲେ ।ଜିଲ୍ଲାର ୧୫୨ ଟି ଗ୍ରାମ୍ୟ ପଞ୍ଚାୟତରେ ଭାରତ ନେଟ ଦ୍ଵାର ନେଟ ସୁବିଧା ସେଭଳି ସନ୍ତୋଷଜନକ ହୋଇନାହିଁ ଏବଂ ଏହା ଫେବୃଆରୀ ସୁଦ୍ଧା ପୁରା କାର୍ଯ୍ୟକ୍ଷମ କରିବାକୁ ସାଂସଦ ନିର୍ଦ୍ଦେଶ ଦେଲେ। ମନରେଗା ଯୋଜନାରେ ଅଧିକ ସଂଖ୍ୟାରେ ଜବ କାର୍ଡଧାରୀ କାମ ପାଇବେ , ମେସିନ ଦ୍ବାରା କୌଣସି ମନରେଗା କାମ ନ କରିବା ଓ ଅନ୍ୟ ବିଭାଗ ଉଦ୍ୟାନ, ଜଳଛାୟା,ବନ ବିଭାଗ ମଧ୍ୟ ଏହି ମନରେଗା ରେ ନିଜର ପ୍ରକଳ୍ପ କୁ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ କହିଥିଲେ।
ଯେଉଁଠି ରାସ୍ତା ଗମନାଗମନ ର ଅସୁବିଧା ରହୁଛି ଆର୍ ଡି,ପି ଡ଼ବ୍ଲୁ ଡି ଓ ପଞ୍ଚାୟତି ବିଭାଗ ସ୍ୱମନ୍ନୟ ରଖି ଏହାର ଉଚିତ୍ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ।କ୍ଷୁଦ୍ର ଜଳସେଚନ ବିଭାଗ ଜିଲ୍ଲାରେ ବିଭିନ୍ନ ଜଳଉତ୍ସର ଆକଳନ କରି ତାର ସଠିକ ପ୍ରକଳ୍ପପ୍ରସ୍ତୁତ ପୂର୍ବକ ଚାଷ ପାଇଁ ଜଳସେଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୃହରେ ଜଳ ସେଚନ,ଉଠା ଜଳସେଚନ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ସେଭଳି ଗତ ୨୬.୬.୨୦୨୫ ରିଖ ରେ ଗୃହରେ ଜନପ୍ରତିନିଧି ଓ ଦିସା ସଦସ୍ୟ ଙ୍କ ଦ୍ଵାରା ବିଭିନ୍ନ ବିଭାଗ ଯଥା ,ସ୍ବାସ୍ଥ୍ୟ,କୃଷି,ଉଦ୍ୟାନ,ଶିକ୍ଷା,ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ ,ରାସ୍ତା ଓ ଗୃହ ନିର୍ମାଣ, ଭାରତମାଲା,ଖାଦ୍ୟ ଯୋଗାଣ,ସମାଜ କଲ୍ୟାଣ,ଦକ୍ଷତା ବିକାଶ ,ବନ ବିଭାଗ ସମ୍ବନ୍ଧିୟ ବିଭିନ୍ନ ପ୍ରଶ୍ନର ଉତ୍ତର ଓ କାର୍ଯ୍ୟାନୁଷ୍ଠାନ ର ପଦକ୍ଷେପ ଗୃହରେ ରଖାଯାଇଥିଲା।ଗୃହରେ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ପାଇଁ ପଦକ୍ଷେପ ସ୍ୱରୂପ ମାନ୍ୟବର ସାଂସଦ ଶିଶୁ ବିବାହ ବିରୋଧରେ ଉପସ୍ଥିତ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ। ଗୃହରେ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ପଂଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


 ଜିଲ୍ଲା ପ୍ରତିନିଧି ଶେଖର ଖୁରଙ୍କ ରିପୋର୍ଟ ନବରଙ୍ଗପୁର