Hot Posts

6/recent/ticker-posts

ଟିକାବାଲି ବ୍ଲକ ବିଜେଡି ର ନୂଆ ସଭାପତି ହେଲେ ବଦନ ପ୍ରଧାନ; ତୃଣମୂଳ ସ୍ତରରୁ ସଙ୍ଗଠନ ମଜଭୁତ କରିବାକୁ ପ୍ରସ୍ତୁତ ହେଲା ରଣନୀତି

ଟିକାବାଲି, ୨୭/୧୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବିଜୁ ଜନତା ଦଳ (ବିଜେଡି)ର ନୂତନ ସଭାପତି ଭାବେ ଯୁବନେତା ତଥା ବଡ଼ିମୁଣ୍ଡା ସରପଞ୍ଚ ବଦନ ପ୍ରଧାନ ଙ୍କୁ ଚୟନ କରାଯାଇଛି। ବଡ଼ିମୁଣ୍ଡାର ସର୍ସମାହା ଛକଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଓ କର୍ମକର୍ତ୍ତା ଚୟନ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦଳର ବରିଷ୍ଠ ନେତା ହୃଦୟ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଗତ ସାଧାରଣ ନିର୍ବାଚନ ରେ ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ରେ ଦଳର ପରାଜୟ କୁ ନେଇ ଗଭୀର ସମୀକ୍ଷା କରାଯାଇଥିଲା। ସାଧାରଣ ନିର୍ବାଚନ ପରଠାରୁ ବ୍ଲକ ସଭାପତି ପଦବୀ ଖାଲି ପଡିଥିବାରୁ, ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ସଙ୍ଗଠନ କୁ ସୁଦୃଢ଼ କରିବା ପାଇଁ ନୂତନ କର୍ମକର୍ତ୍ତା ଚୟନର ଆବଶ୍ୟକତା ରହିଥିଲା।ଏହି ପରିପ୍ରେକ୍ଷୀ ରେ ବିଶିଷ୍ଟ ରାଜନେତା ସଂଜୀବ କୁମାର ନାୟକ (ବାବୁଭାଇ) ବ୍ଲକ ସଭାପତି ଭାବେ ବଦନ ପ୍ରଧାନଙ୍କ ନାମ ପ୍ରସ୍ତାବ ଦେଇଥିଲେ ଏବଂ ବରିଷ୍ଠ ନେତା ବିଷ୍ଣୁ ଚରଣ ପ୍ରଧାନ ଏହାକୁ ସମର୍ଥନ କରିଥିଲେ। ସେହିପରି ଦଳର କାର୍ଯ୍ୟକାରୀ ସଭାପତି ଭାବରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ଦିଗାଳ ଙ୍କୁ ନିର୍ବାଚିତ କରାଯାଇଛି। ନବନିଯୁକ୍ତ ସଭାପତି ଶ୍ରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିବା ପରେ ଦଳୀୟ ଏକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, "ଦଳକୁ ସୁଦୃଢ କରିବାକୁ କେବଳ ମୁଁ ଏକା ନୁହେଁ, ବରଂ ଆମେ ସମସ୍ତେ ମିଶି କାମ କରିବା।" ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଦଳ ପାଇଁ ଏକଜୁଟ ହୋଇ ଛିଡା ହେବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତରେ କମିଟି ଗଠନ କରି ତୃଣମୂଳ ସ୍ତରରେ ଦଳକୁ ଅଧିକ କ୍ରିୟାଶୀଳ ଓ ମଜଭୁତ କରିବାକୁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ