ସାମ୍ୱାଦିକ ଏବଂ ପୌର କର୍ମଚାରିଙ୍କ ମଧ୍ୟରେ କ୍ରିକେଟ ଖେଳ।
ଜୟପୁର, ୨୮।୧୧ ( ଏ. ଭେଙ୍କଟ ରାଓ ) : ଗତକାଲି ଜିଲ୍ଲାର ଗଣପର୍ବ ପରବ ପାଳନ କରିବା ଅବସରରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଖେଳ କାର୍ଯ୍ୟକ୍ରମରେ ଜୟପୁର ସାମ୍ୱାଦିକ ଏକାଦଶ ଏବଂ ପୌର କର୍ମଚାରି ଏକାଦଶ ମଧ୍ୟରେ ହୋଇଥିଲା। ଏହି ଖେଳରେ ବିଶେଷ ଅଭିଜ୍ଞତା ନଥିବା ଗଣମାଧ୍ୟମ ପ୍ରତିନିଧି ମାନେ କ୍ରିକେଟ ଖେଳରେ ନିତ୍ୟ ଅଭ୍ୟାସ ରତ ପୌର ଏକାଦଶ ସହ ସମକକ୍ଷ ହୋଇପାରି ନଥିଲେ ସାମ୍ୱାଦିକ ମାନେ ୧୦ ଓଭରରେ ୧୦୩ ରନ ସଂଗ୍ରହ କରିଥିବା ବେଳେ ପୌର ଏକାଦଶ ୯ ଓଭରରେ ୯ ଟି ଖେଳାଳିଙ୍କୁ ବଞ୍ଚାଇ ୱିକେଟରେ ବିଜୟୀ ହୋଇଥିଲେ।