Hot Posts

6/recent/ticker-posts

କର୍ଲାମୁଣ୍ଡା ବ୍ଳକ ସ୍ତରୀୟ ବାଳ ବୈଜ୍ଞାନିକ, ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା) କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ତଥା ଇକୋ କ୍ଳବ୍ ପ୍ରଦର୍ଶନୀ ରିଷିଡ଼ା ସ୍ଥିତ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଇଓ ବାଞ୍ଚାନିଧି ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନି ସାହୁ ମୁଖ୍ୟ ଅତିଥି ରିଷିଡା ସରପଞ୍ଚ ସେବତୀ ରଣା, ଜିଲ୍ଲାପରିଷଦ (କ) ଜୋନ ସଭ୍ୟ ମହେନ୍ଦ୍ର ରଣା, ଏସ୍ଏମ୍‌ସି ସଭାପତି ରାଧାକାନ୍ତ ସେଠ, ପୂର୍ବତନ ସଭାପତି ନେମିଚାନ୍ଦ ଜୈନ, ବାପୁଜୀ ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତିମୟୀ ଦୋରା, ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହିର, ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ରିଷିଡ଼ା ସିଆରସିସି ବିଶିକେଶନ ସୁନା, କର୍ଲାମୁଣ୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ବିଏସ୍ଆରସି ସଭାପତି ଲଲିତ ମୋହନ ସାହୁ, ସଂପାଦକ ସଞ୍ଜୀବ ନାଗ ଓ ରିଷିଡ଼ା ସରକାରୀ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ଜୟନ୍ତୀ ପଣ୍ଡା ସଭା ସଂଯୋଜନ କରିଥିବା ବେଳେ ବାପୁଜୀ ହାଇସ୍କୁଲ୍ ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଏହି ପ୍ରଦର୍ଶନୀରେ ୧୪୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଇଓ ବାଞ୍ଚାନିଧି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ହେମ ସାଗର ମହାନନ୍ଦ ମୁଖ୍ୟଅତିଥି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସୁଷ୍ମନ୍ତ ଶେଖର ପାଢୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟତମା ଜେନା ଓ ଏସ୍ଏମ୍‌ସି ସଭାପତି ରାଧାକାନ୍ତ ସେଠ ସମ୍ମାନିତ ଅତିଥି ଗୋଲାମୁଣ୍ଡା ସର୍ବମଙ୍ଗଳା ଡିଗ୍ରୀ କଲେଜ ଅଧ୍ୟାପକ ନବକୃଷ୍ଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜୟନ୍ତୀ ପଣ୍ଡା ସଂଯୋଜନ କରିଥିବା ବେଳେ ସାଂଗଠନିକ ସଂପାଦକ ତଥା ଆୟୋଜକ ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶାନ୍ତ ବାଗ ଧନ୍ୟବାଦ ଦେଇଥିଲେ।