Hot Posts

6/recent/ticker-posts

ଲଖମରା ରେ ଖୋଲିଲା ଧାନ ମଣ୍ଡି

ବରଗଡ଼, ୨୯/୧୧ ( ଆଶିଷ କୁମାର ଭୋଇ ) : ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଲଖମରା ସେବା ସମବାୟ ସମିତି ଆନୁକୁଲ୍ୟରେ ଖୋଲି ଯାଇଛି ଧାନମଣ୍ଡି। ଏହି କାର୍ଯ୍ୟକ୍ରମରେ ସମିତି ସମ୍ପାଦକ ଅମୂଲ୍ୟ ବେହେରା ଉପସ୍ଥିତ ରହି ପୂଜାର୍ଚ୍ଚନା ସହିତ ନଡ଼ିଆ ବାଡେଇ ମଣ୍ଡି ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ rmc ଇଞ୍ଚର୍ଜ ଦେବାନନ୍ଦ ସାହୁ ଉପସ୍ଥିତ ଥିଲେ। ଚାଷୀ ମାନଙ୍କ ମଧ୍ୟରେ କୁଳମଣି ବାରିକ, ପ୍ରକାଶ ପ୍ରଧାନ,ସୁନିଲ ବାରିକ ଉପସ୍ଥିତ ଥିଲେ। ଚଳିତ ବର୍ଷ କିଭଳି ଭାବରେ ମଣ୍ଡି ସୁରୁଖୁରୁ ରେ ଚାଲିବ ସେଥିପାଇଁ ସମିତି ସମ୍ପାଦକ ବେହେରା ମତବ୍ୟକ୍ତ କରିଥିଲେ। ଲଖମରା ସହିତ ସମିତି ଅନ୍ତରେ ଚାଲିଥିବା ସରାଇକେଲା, ଚର୍ଡାପାଲି, ବୁକୁରାମୁନଡ଼ା ରେ ମଧ୍ୟ ମଣ୍ଡି ଖୋଲିଥିବା ସମିତି ର ସମ୍ପାଦକ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଛନ୍ତି।


ବରଗଡ଼ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ