ଉମରକୋଟ ରେ ବଢ଼ିଚାଲିଛି ଚୋରି ଓ ଲୁଟ ଘଟଣା, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚି଼ହ୍ନ
ଉମରକୋଟ, ୨୭/୧୧ (ପର୍ଶୁରାମ ନାୟକ) : ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରେ ବଢ଼ିଚାଲିଛି ଦିନକୁ ଦିନ ଚୋରି ଓ ଲୁଟ୍ ଘଟଣା। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଭୟଭୀତ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଉମରକୋଟ ବ୍ଲକ୍ ଅନ୍ତର୍ଗତ ୭ ନମ୍ବର ନୁଆଗୁଡ଼ା ଗ୍ରାମରେ ମଙ୍ଗଳବାର ଦିନ ବ୍ୟାଙ୍କ ଅଫ୍ ଇଣ୍ଡିଆ, କିଓସ୍କ ଶାଖା ଠାରେ ବନ୍ଧୁକ ଦେଖାଇ,ଏକ ଲୁଟ୍ ଘଟଣା ଘଟିଥିବାରୁ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ମାଧ୍ୟାହ୍ନ ୨ଟା ସମୟରେ ଦୁଇଜଣ ଅଜଣା ଯୁବକ ବାଇକ୍ରେ ଆସି ବନ୍ଦୁକ ଦେଖାଇ ବ୍ୟାଙ୍କ ଭିତରେ ପଶି ଉକ୍ତ ବ୍ୟକ୍ତିଙ୍କୁ ଭୟଭୀତ କରିଥିଲେ। ପରେ ତାଙ୍କ ମୋବାଇଲ ଝାମ୍ପି ନେବା ସହିତ 70 ହଜାର ଟଙ୍କା ଲୁଟି ଚମ୍ପଟ୍ ମାରିଥିବା ଅଭିଯୋଗ ମିଳିଛି। ପୀଡ଼ିତ ମନୋଜ ଉମରକୋଟ ଥାନାରେ ଏହା ପାଇଁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ସହିତ ସେହି ଗ୍ରାମ ନିକଟସ୍ଥ ସେମେଳା ଗ୍ରାମର ରଞ୍ଜିତ ମହାଲଦାରଙ୍କ ପାନ ଦୋକାନରେ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେହି ଚେଷ୍ଟା ବିଫଳ ହୋଇଥିବାର ସୂଚନା ମିଳିଛି। ଅଞ୍ଚଳରେ ଲୁଟ୍ ଓ ଚୋରି ଘଟଣା ଦିନକୁ ଦିନ ବଢ଼ୁଥିବାରୁ ଲୋକମାନେ ପୋଲିସ୍ ତଦନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୁର୍ବୃତ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଜନସାଧାରଣ ଦାବି କରୁଛନ୍ତି।