Hot Posts

6/recent/ticker-posts

ଜିଲ୍ଲା ସ୍ତରୀୟ ସରିଗଫୁଲ ମହୋତ୍ସବ ଉଦଘାଟିତ

ଫୁଲବାଣୀ, ୨୮/୧୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ପିଏମଶ୍ରୀ ଦିନାର ସିଂ ସ୍ମୃତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ଭଲିବଲ ପ୍ରତିଯୋଗିତା ଓ ସରଗିଫୁଲ ମହୋତ୍ସବ-୨୦୨୫ ଉଦଘାଟିତ ହୋଇଯାଇଛି।  ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡିଶା, ଜିଲ୍ଲା ପ୍ରଶାସନ କନ୍ଧମାଳ ଆୟୋଜନ ରେ ସୁନ୍ଦର ଶିଶୁ ମହୋତ୍ସବ ସର୍ଗିଫୁଲ ୧୨ ଟି ବ୍ଲକ ରୁ ବିଭିନ୍ନ ପ୍ରତିଯୋଗୀତା ରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ପରିଷଦ ଫୁଲବାଣୀ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନି ମଳିକ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସମ୍ମିତା କହିଁର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫୁଲବାଣୀ ସୌମ୍ୟ ରଞ୍ଜନ ପାତ୍ର, ଗଞ୍ଜୁଗୁଡା ସରପଞ୍ଚ ଆଲୋକ କହଁର, ଜିଲ୍ଲାମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟମ ମିଶ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ସତ୍ୟଜିତ ଦାସ, ୧୨ ଟି ବ୍ଲକ ରୁ ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ତଥା ଅତିଥି ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀଙ୍କୁ ଜୀବନରେ ବଡ ମଣିଷ ହେବାକୁ ଉତ୍ତମ ବାର୍ତ୍ତା ପ୍ରଦାନ କରିଥିଲେ। ଶିକ୍ଷକ ଦୈତାରୀ ଡିଗାଲ, ଗୁରୁପ୍ରସାଦ ସାହୁ, ରମେଶ ସାହୁ, ଉମାଶଙ୍କର ସାମନ୍ତ ରାୟ, ରଞ୍ଜନ ପାଢ଼ୀ ସନ୍ତୋଷ କୁମାର ଭୋଇ, ମିନତୀ ଦେବୀ, ତନୁରେଖା ନାୟକ, ଜୟନ୍ତୀ ତୋପ, ପଦ୍ମନୀ ପ୍ରଧାନ, ଶଙ୍କରା ମଳିକ ଆଦି ସହଯୋଗ କରିଥିଲେ । ଶିକ୍ଷକ ସୁଧୀର କୁମାର ସାହୁ,ମିନତି ଦେବୀ, ତ୍ରିଲୋଚନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ରିପୋର୍ଟ ।