Hot Posts

6/recent/ticker-posts

ଇକ କ୍ରାଫ୍ଟ କର୍ମଶାଳା।

ଜୟପୁର, ୨୯।୧୧ ( ଏ. ଭେଙ୍କଟ ରାଓ ) : ଶ୍ରୀ ବିକ୍ରମଦେବ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଏକ ଦିବସୀୟ ଇକ କ୍ରାଫ୍ଟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଡେପୁଟି ଯୋଜନା ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହାରା ଏବଂ ଅତିଥି ରୂପେ ଖଲ୍ଲିକୋଟ ଆର୍ଟ କଲେଜ ପୂର୍ବତନ ପ୍ରିନ୍ସିପାଲ ଲୋକନାଥ ଷଡ଼ଙ୍ଗୀ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶଙ୍କ ସଂଯୋଜକ ଜୟନ୍ତ କୁମାର ଦାସ ଏବଂ ମହାବିଦ୍ୟାଳୟର ପ୍ରିନ୍ସିପାଲ ଯୁଧିଷ୍ଟିର ମଲ୍ଲିକ ମଞ୍ଚାସିନ ହୋଇ ଥିଲେ। ଏହି କାର୍ଯ୍ୟକ୍ରମଟିକୁ ପ୍ରିନ୍ସିପାଲ ଯୁଦ୍ଧିଷ୍ଟିର ମାଲିକ ପରିଚାଳନା କରିଥିଲେ। ଏହି ଇକ କ୍ରାଫ୍ଟ କର୍ମଶାଳାରେ ଲାଖ କାମ ଏବଂ ଟେରାକୋଟା କୁମ୍ଭାର କାମ ପ୍ରଦର୍ଶିତ ହେବା ସହ ପ୍ରସିକ୍ଷଣ ଦିଆଯାଇଥିଲା। ପରିତାପର ବିଷୟ ଏହିଯେ ୧୯୪୬ ମସିହାରୁ ସ୍ଥାପିତ ହୋଇଥିବା ଏହି ବିକ୍ରମ ଦେବ ଚାରୁ ଓ କାରୁ କଳା ମହାବିଦ୍ୟାଳୟରେ ଜଣେ ମଧ୍ୟ ନିୟମିତ ପ୍ରସିକ୍ଷକ ନଥିବା ବେଳେ ପେଣ୍ଟିଂ ଏପ୍ଲାଏଡ ଆର୍ଟ ଗ୍ରାଫିକ କ୍ରାଫ୍ଟ ବିଭାଗ ପାଇଁ ଅସ୍ଥାୟୀ ପ୍ରସିକ୍ଷକ ନିୟୁକ୍ତ ଏବଂ ବହୂବର୍ଷ ଧରି ଜଣେ ଅସ୍ଥାୟୀ କିରାଣୀ ନିୟୁକ୍ତ କରି ରାଜ୍ୟ ସରକାର ତାଙ୍କ ଦାଇତ୍ୱ ସାରିଦେଇଥିବା ସାଧାରଣରେ ପ୍ରତିତ ହୋଇଛି। ବିଗତ ସରକାରଙ୍କ ଠାରେ ବହୁବାର ସୂର୍ୟପ୍ରଭା ଗଣମାଧ୍ୟମ ଜରିଆରେ ଦାବୀ କରିବା ପରେ ଏହି ଶ୍ରୀବିକ୍ରମଦେବ ଚାରୁ ଓ କରୁ କଳା ମହାବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଅନୁମିତି ଦେଇଥିଲେ ଏଥି ନିମନ୍ତେ ରାଜ୍ୟ ସରକାର ସ୍ଥାନ ମଧ୍ୟ ନିରୁପଣ କରି ଦେଇଥିଲେ କିନ୍ତୁ ବିଗତ ଦିନରେ ଦାଇୱରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଅବହେଳା ଯୋଗୁଁ ମହାବିଦ୍ୟାଳୟ ନାମରେ ଜାଗା ଅଧିଗ୍ରହଣ ହୋଇପାରିନଥିଲା କିନ୍ତୁ ବର୍ତ୍ତମାନ ଦାଇତ୍ୱରେ ଥିବା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରାଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହେବାକୁ ଯାଉଛି ଏହାକୁ ନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଧନ୍ୟବାଦର ପାତ୍ର ହୋଇଛୋନ୍ତି।