Hot Posts

6/recent/ticker-posts

ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳିତ

କର୍ଲାମୁଣ୍ଡା, ୧୬/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ କୌଶିକ ବାବା +୩ ମହା ବିଦ୍ୟାଳୟ ରେ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ପାଳିତ କରା ଯାଇଛି I ଏହି ଅବସରରେ ମହା ବିଦ୍ୟାଳୟର ଅଧ୍ଯକ୍ଷ ମାନସ ରଂଞ୍ଜନ ବାଗଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଆୟୁର୍ବେଦିକ ଡାକ୍ତର ଏସ.କେ ବଡବେକ୍ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ I ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ତୃପ୍ତିମୟୀ ଭୋଇ, ଅଧ୍ୟାପିକା ମଞ୍ଜୁଲତା ମାଝୀ, ଅଧ୍ୟାପିକା ରୋଶ୍ନାରାଣୀ ବଡମାଳୀ ଉପସ୍ଥିତି ଥିଲେ I ଏହି ଅବସରରେ ମୁଖ୍ୟ ଅତିଥି ଘୋଷଣ୍ ର ଗୁରୁତ୍ୱ ଓ ସନ୍ତୁଳିତ ଆହାର ଉପରେ ଛାତ୍ର ଛାତ୍ରୀ ଙ୍କୁ ତଥ୍ୟ ରଖି ଥିଲେ I ପରିଶେଷରେ ଇତିହାସ ଅଧ୍ୟାପକ କୌସ୍ତୁଭ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I କର୍ମଚାରୀ ବସନ୍ତ କୁମାର ସାହୁ, ଭୂପିନ୍ଦ୍ର ରଣା, ଚମ୍ପୁଲାଲ ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ I