ଆମ ସାଥିରେ ରକ୍ତଦାନ ଶିବିର
କଟକ, ୨୩/୦୯ ( କାହୁଁ ଚରଣ ବାରିକ ) : ରକ୍ତ ର ବିକଳ୍ପ ନାହିଁ। ରକ୍ତ ସଙ୍କଟ ଦୂର କରିବା ନିମନ୍ତେ ଆମ ସାଥିରେ ପରିବାର ପ୍ରତିଷ୍ଠାତ୍ରୀ ଦେବଶ୍ରୀ ଛାଟୋଇ ପ୍ରଦୀପ୍ତ ନାୟକ ଙ୍କ ତତ୍ୱାବଧାନ ରେ କଟକ ସେଣ୍ଟ୍ରାଲ ରେଡ୍ କ୍ରସ ଠାରେ ଆମ ସାଥିରେ ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇ ବହୁଳ ଭାବେ ରକ୍ତ ସଂଗ୍ରହ କରାଯାଇଅଛି। ଉକ୍ତ ଶିବିରରେ ସମାଜ ସେବୀ ମଧୁସ୍ମିତା ବାରିକ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଅଭୟ ପଟ୍ଟନାୟକ, ଅଭିମନ୍ୟୁ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରକ୍ତ ଦାତା ଙ୍କୁ ସମ୍ମାନିତ କରିଥିଲେ। ଟ୍ରଷ୍ଟି ପ୍ରେମାନନ୍ଦ ପରିଡ଼ା, ରବି ଶଙ୍କର, ମଦନ, ଜଗନ୍ନାଥ ସ୍ବାଇଁ ,ଦିଲ୍ଲୀପ ଗିରି, ସ୍ୱର୍ଣ୍ଣପ୍ରଭା, ଦେବାଂଶି, ଗୌତମ ରାୟ, ଦେବଶ୍ରିତ ଶିବିର କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା କରିଥିଲେ। ସେକ୍ରେଟାରୀ ଦୀପ୍ତି ରଞ୍ଜନ ପରିଡ଼ା, ପ୍ରୀତିଶ ଦେବତା, ମନୋଜ ସାହୁ, ହେମନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।