ନୂଆପଡ଼ା ଜିଲ୍ଲା ରେ ସଘନ କାର୍ଯ୍ୟକ୍ରମ ଚୂଡାନ୍ତ ତାଲିକା ପ୍ରକାଶିତ, ବିଏଲଓ ମାନେ ନିଜ ୱାର୍ଡ ରେ ପ୍ରକାଶିତ ତାଲିକା କୁ ଭୋଟର ମାନେ କଲେ ଉନ୍ମୋଚନ
ନୂଆପଡ଼ା, ୨୧/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ରେ ସଘନ କାର୍ଯ୍ୟକ୍ରମ ଚୂଡାନ୍ତ ତାଲିକା ପ୍ରକାଶିତ ହୋଇଅଛି। ଜିଲ୍ଲାପାଳ ଆଜି ସମ୍ମିଳନୀ ଲକ୍ଷ ଠାରେ ତାଲିକା କି ଲୋକାର୍ପଣ କରିଛନ୍ତି। ଏହାପରେ ଭୋଟ ତାଲିକା କୁ ସ୍ଥାନୀୟ ବିଏଲୋ ମାନେ ନିଜ ନିଜ ୱାର୍ଡ ରେ ଭୋଟରଙ୍କୁ ତାଙ୍କ ନାମ ଥିବା ଦେଖାଇଥିଲେ। ସମସ୍ତେ ନିଜ ନାମ ତାଲିକା ଭୁକ୍ତ ଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ବିଏଲଓ ମାନେ ନିଜ ୱାର୍ଡ ରେ ପ୍ରକାଶିତ ତାଲିକା କୁ ଭୋଟର ମାନେ କଲେ ଉନ୍ମୋଚନ କରିଛନ୍ତି। ଖଡ଼ିଆଳ ସହର ୱାର୍ଡ ନମ୍ବର ୭ ରେ ବି ଏଲ୍ ଓ ଧୀରେନ୍ଦ୍ର କୁମାର ରଥ ଭୋଟର ଗହଣରେ ତାଲିକା ଉନ୍ମୋଚିତ କରିଥିଲେ। ଏହି କାର୍ଯ୍ୟକ୍ରମ ର ବରିଷ୍ଠ ସାମ୍ବାଦିକ ତପନ ଦାସ, ସମାଜ ସେବୀ ରଶ୍ମିରଂଜନ ପଟ୍ଟନାୟକ, ସାଗର ଭୋଇ, ଶୈଳେନ୍ଦ୍ର ଶଳମା, ମହିଳା ଭୋଟର ମାନେ ସାମିଲ ହୋଇଥିଲେ।