ମାଦକ ଦ୍ରବ୍ୟ ବଦଳରେ ବିକଳ୍ପ ଫସଲ ଚାଷ ପାଇଁ ଗୁରୁତ୍ୱ l
ରାୟଗଡ, ୦୧/୧୨ ( ଭି. ଗୌରି ଶଙ୍କର ରାଓ ) : ରlୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ବିଶେଷ କରି ଦୁର୍ଗମ ଅଂଚଳରେ ବ୍ୟାପକ ଗଂଜେଇ ଚାଷ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ଆୱାସି ମାଧ୍ୟମରେ ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଶେଖ ଦିଲ୍ଲୀପ ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ମାଦକ ନିଷଦ୍ରବ୍ୟ ଗଂଜେଇ ଅବାଧ ଚାଷକୁ ରୋକିବା, ନିଶା ଦ୍ରବ୍ୟ ଅବାଧ କାରବାର ଓ ଚୋରା ଚାଲାଣ ସମ୍ପର୍କରେ ଗୁପ୍ତ ତଥ୍ୟ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା, ଲୋକଙ୍କୁ ନିଶାରେ ମାରାତ୍ମକ ଉପରେ ସଚେତନତାକୁ ପ୍ରତ୍ସାହ୍ନ କରିବା, ମାଦକ ଦ୍ରବ୍ୟ କାରବାର ବହୁଳ ଅଂଚଳ ମାନଙ୍କରେ ନିଷlଦ୍ରବ୍ୟ କ୍ଷତିକାରକ ବିଷୟରେ ଜନସଚେତନତା ସୃଷ୍ଟି କରିବା l ଉନୟନ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟ କାରୀ ରଖିବା l ବିଶେଷ କରି ଓଡିଶା ଜୀବିକା ମିଶନ ତରଫରୁ କାର୍ଯ୍ୟକ୍ରମ ଜରିଆରେ ଏହି ଅଂଚଳର ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉପରେ ଆଲୋଚନା କରାଯାଇଥିଲା l କୃଷି ବିଭାଗ, ଉଦ୍ୟାନ ବିଭାଗ ତରଫରୁ ଗଂଜା ଚାଷ ବଦଳରେ ସେହି ଅଂଚଳର ଲୋକଙ୍କୁ ଫଳ, ମକା ଓ ଅନ୍ୟ ଅର୍ଥକାରୀ ଫସଲ ଚାଷ ପାଇଁ ମଞ୍ଜି ଯୋଗାଇବା ଉପରେ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ଗୁରୁତ୍ୱ ଦେଇଥିଲେ l ପୋଲିସ ସହିତ ଅବକାରୀ ବିଭାଗ ମିଳିତ ଭାବରେ ମାଜିଷ୍ଟ୍ରେଟଙ୍କୁ ନେଇ ଚଢ଼ାଉ କରିବା ପାଇଁ ପରାମର୍ଶ ଦେଇଥିଲେ l ଗଛ ନଷ୍ଟ କରି ସକ୍ରୀୟ ରହି ନିଶାଦ୍ରବ୍ୟ କାରବାର ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳସlମନ୍ତ, ସମସ୍ତେ ଥାନା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ ବିଭାଗ, ଜିଲ୍ଲା ଦକ୍ଷ୍ୟତା ଓ କର୍ମ ନିୟୋଜନ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମlନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l