Hot Posts

6/recent/ticker-posts

ବିଶ୍ଵ ଏଡ଼ସ୍ ଦିବସ ରେ ଯୁବ ରେଡକ୍ରସ୍, ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଦ୍ୱାରା ସଚେତନତା ପଦଯାତ୍ରା ଓ ସଭା

ରାୟଗଡା, ୦୧/୧୨ ( ଭି. ଗୌରି ଶଙ୍କର ରାଓ ) : ବିଶ୍ଵ ଏଡ଼ସ୍ ଦିବସ ଅବସରରେ ଆଜି ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଯୁବ ରେଡକ୍ରସ୍ ଦ୍ୱାରା ବିଶାଳ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମଟି ପ୍ରାତଃକାଳୀନ ବେଳେ ମହାବିଦ୍ୟାଳୟ ପ୍ରାଙ୍ଗଣରୁ ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନକୁ ପରିକ୍ରମା କରି ଫେରିଥିଲେ । ଛାତ୍ରଛାତ୍ରୀମାନେ ଏଚ୍.ଆଇ.ଭି/ଏଡ଼ସ୍ ବିଷୟରେ ସଚେତନତାମୂଳକ ସ୍ଲୋଗାନ୍ ଉଚ୍ଚାରଣ କରିଥିଲେ। ଶେଷରେ ମହାବିଦ୍ୟାଳୟର ଖୋଲାମଞ୍ଚରେ ଆୟୋଜିତ ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ସରସ୍ଵତୀ ରାୟ ଉଦବୋଧନରେ ଏଡ଼ସ୍ ବିଷୟରେ ସଠିକ୍ ଜ୍ଞାନ, ଭ୍ରମ ଦୂରୀକରଣ ଓ ଯୁବ ପିଢୀଙ୍କ ଭୂମିକାକୁ ଉଲ୍ଲେଖ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ପ୍ରିୟଦର୍ଶିନୀ ବଳ ମଧ୍ୟ ଏଚ୍.ଆଇ.ଭି ପରୀକ୍ଷା, ପ୍ରତିରୋଧ ଉପାୟ ଓ ତତ୍ ସମ୍ପର୍କିତ ସହାୟତା ସେବା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପକ ଶଙ୍କର ପେଦୁରୁ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ 300ରୁ ଅଧିକ ଛାତ୍ରଛାତ୍ରୀ ପଦଯାତ୍ରା ଏବଂ ସଭାରେ ଉପସ୍ଥିତ ହୋଇ ସଚେତନତା ବାର୍ତ୍ତା ପ୍ରଚାର କଲେ।