Hot Posts

6/recent/ticker-posts

ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ବିଜ୍ଞାନ ମେଳା

ସିନାପାଲି, ୦୧/୧୨ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଆଦର୍ଶ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶିବୁ କୁମାର୍ ବିଶ୍ଵାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ବିଜ୍ଞାନ ମେଳାରେ ୭ଗୋଟି ବିଷୟ ଯଥା - ଧାରଣୀୟ କୃଷି, ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ଲାଷ୍ଟିକର ବିକଳ୍ପ, ସବୁଜ ଶକ୍ତି, ବିକାଶୋନ୍ମୁଖୀ ପ୍ରଯୁକ୍ତି ବିଦ୍ୟା, ପୁନଃକାର୍ଯ୍ୟରତ ଗାଣିତିକ ନମୁନା, ସ୍ବାସ୍ଥ୍ୟ ଓ ସ୍ୱଚ୍ଛତା ଏବଂ ଜଳ ସଂରକ୍ଷଣ ଓ ପରିଚାଳନା ବିଷୟରେ ମୋଟ ୪୦ଗୋଟି ପ୍ରକଳ୍ପ ପ୍ରଦର୍ଶିନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ସମୀକ୍ଷା ଓ ବିଚାର ବିମର୍ଶ କରିବା ପାଇଁ ଭୌତିକ ବିଜ୍ଞାନ ଅଧ୍ୟାପିକା ଦିପାଞ୍ଜଳି ସାହୁ, ବିଜ୍ଞାନ ଅଧ୍ୟାପିକା ଅପରାଜିତା ପାତ୍ର, ଗଣିତ ଅଧ୍ୟାପକ ପ୍ରଦୀପ କୁମାର୍ ବେହେରା, ଜୀବ ବିଜ୍ଞାନ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର କର୍ମି ମନୋନୀତ ହୋଇଥିବା ବେଳେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ନିହାରିକା ନନ୍ଦ, ଦେବାଶିଷ ମିଶ୍ର, ସୁନିଲ କୁମ୍ଭାର, ଲକ୍ଷ୍ମଣ ସାମଲ, ରଜନୀ ପ୍ରଧାନ, ମାନସ ରଞ୍ଜନ ବାଗ, ଲିପିକା ଲୁହା, ନରେନ୍ଦ୍ର ନାୟକ, ହେମଲତା ଚନ୍ଦ୍ରକାର, ରୋହିତ ସରାଫ ପ୍ରମୁଖ ସହଯୋଗ କରିଥିଲେ।